ads

Breaking News

ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ମାସ୍କ ବଣ୍ଟନ


ଓଡଗାଁ ----  ଦିନକୁ ଦିନ କରୋନାର ଭୟାବହତା ରାଜ୍ୟରେ ବଢିବାକୁ ଲାଗିଛି।ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ  ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ।ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ ବଢୁଛି ମାସ୍କ ବିକ୍ରୟର ଚାହିଦା ।  ଜନସାଧାରଣ ମାନଙ୍କୁ ମାଗଣାରେ ମାସ୍କ  ବିଜୁ ଛାତ୍ର ଜନତା ଦଳ ଏବଂ ଯୁବ ବାହିନୀ  ବଣ୍ଟନ କରିଛି।
ସୂଚନାଯୋଗ୍ୟ ବିଜୁ ଛାତ୍ର ଜନତା ଦଳ ନିର୍ବାଚନ ମଣ୍ଡଳୀ ସଭାପତି ଅର୍ଜୁନ ସାହୁ ଏବଂ କୁରାଳ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତାଙ୍କ ମିଳିତ ସହଯୋଗରେ ଆଜି କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଗ୍ରାମର ବାଲି ସାହି ,ହରିଜନ ସାହି ,ବଡ ସାହି ଏବଂ ଲିଙ୍ଗରାଜ ପ୍ରସାଦ ଗ୍ରାମର ବଡ ସାହି ଏବଂ ବ୍ରାହ୍ମଣ ସାହିର ୬୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ରନେତା କାହ୍ନୁ ଚରଣ ବେହେରା ,ବିଜୁ ଯୁବ ବାହିନୀ ସଭାପତି ପ୍ରଣତ କୁମାର ବିଶୋଇ ,ସମ୍ପାଦକ ଶୁଭ୍ରାଂଶୁ ପ୍ରଧାନ ,କୋଷାଧ୍ୟକ୍ଷ ବାଦଲ ଦାଶ ଏବଂ ଶିକ୍ଷକ ମନୋଜ ଦାସ ,ମୁନା ଶ୍ରୀଚନ୍ଦନ ରାୟ ପ୍ରମୁଖ ସହଯୋଗ କରିଥିଲେ । କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts