ads

Breaking News

ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟଙ୍କ ଅକାଳ ବିୟୋଗରେ ଶୋକ ସଭା

ବରୀ----- ଯାଜପୁର ଜିଲ୍ଲାର ବରିଷ୍ଠ ବୈଦୁତିକ ସାମ୍ବାଦିକ, ସ୍ତମ୍ବାକାର,ପରିବେଶ ବିତ୍ତ ଅନୁରୁଦ୍ଧ ସାମନ୍ତରାୟଙ୍କ ଅକାଳ ବିୟୋଗରେ ସୋମବାର ବରୀ ମାଉଣ୍ଡ ସ୍ଥିତ ଜାଗୁଳାଇ ପୀଠରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ସାମନ୍ତରାୟଙ୍କ ଫଠୋ ଚିତ୍ରରେ ପୁଷ୍ପମାଲ୍ୟ ଆର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ସାମ୍ବାଦିକ ସଂଜୟ କୁମାର ବେହେରା,ଦର୍ଶନ ବେହେରା,ବିଶ୍ୱଭୂଷଣ ଜେନା, ସ୍ନେହାଂଶୁ ଶେଖର ମହାନ୍ତି, ପ୍ରଦୀପ ମହାରଣା, ହିମାଂଶୁ ଶେଖର ଦାଶ, ଅଜୟ କୁମାର ଜେନା,ଘନଶ୍ୟାମ ବିଶ୍ୱାଳ,ବ୍ରଜ କିଶୋର ଜେନା, ସୁରେଶ କର, ଅବସରପ୍ରାପ୍ତ ଶିକ୍ଷକ ନଟବର ବେହେରା, ପୂର୍ବତନ ସରପଂଚ ଦିଲ୍ଲିପ ମହାନ୍ତି, ସାମଜିକ କର୍ମୀ ସନ୍ତୋଷ ଦାସ, ପ୍ରସନ୍ନ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସାମନ୍ତରାୟଙ୍କ ସ୍ମୃତିଚାରଣ କରି ଯାଜପୁର ଜିଲ୍ଲାର ସାମ୍ବାଦିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ସ୍ୱର୍ଗତ ଶ୍ରୀ ସାମନ୍ତରାୟଙ୍କ ଅତ୍ମାର ସଦଗତି କାମନା କରାଯାଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି  ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
D Behera
Bari 

ads

Blog Archive

Popular Posts