ads

Breaking News

ରୋଗୀର ମୃତ୍ୟୁ ; ଘରୋଇ ହସ୍ପିଟାଲର ଅବହେଳା ଦର୍ଶାଇ ପ୍ରତିବାଦ


 S dhaliea
Nayagarh

ନୟାଗଡ଼   ----- ନୟାଗଡ଼ ପିଡବ୍ଲ୍ୟୁଡି ରାସ୍ତାରେ ରବିବାର ଜଣେ ବ୍ୟକ୍ତିଙ୍କ ଶବକୁ ଏକ ଆମ୍ବୁଲାନ୍ସ ଭିତରେ ରଖାଯାଇ ଦୀର୍ଘ ସାତଘଣ୍ଟା ଧରି କୁମାର ହସ୍ପିଟାଲ ସାମ୍ନାରେ ପ୍ରତିବାଦ କରାଯାଇଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଚାହାଳି ଗ୍ରାମର ନିରଞ୍ଜନ ବେହେରା(ବୟସ-୪୧ବର୍ଷ) । ତାଙ୍କ ସ୍ତ୍ରୀ ଝୁନୁବାଳା ବେହେରା (ବୟସ ୩୬ବର୍ଷ)ଚିକିତ୍ସା ପାଇଁ କୁମାର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉକ୍ତ ବ୍ୟକ୍ତିଙ୍କର ଗତକାଲି ଏହି ହସ୍ପିଟାଲରେ ଏକଶିରା ଅସ୍ତ୍ରୋପ୍ରଚାର ଚାଲିଥିବା ବେଳେ ହସ୍ପିଟାଲ କର୍ତ୍ତୁପକ୍ଷ ଗୁରୁତର ଦର୍ଶାଇ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରିଥିଲେ । ମାତ୍ର ଭୂବନେଶ୍ୱରରେ ରୋଗୀ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଫଳରେ ରୋଗୀ ସଂମ୍ପର୍କୀୟମାନେ ଶବକୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଆଣି ରବିବାର ଭୋର ସମୟରୁ କୁମାର ହସ୍ପିଟାଲ ସାମ୍ନାରେ ରଖି  ପ୍ରତିବାଦ କରିଥିଲେ। ଭୋର ସମୟରୁ ଦିନ ପ୍ରାୟ ୧ ଘଟିକା ପର୍ଯ୍ୟନ୍ତ ଶବଟି ସେଠାରେ ପଡ଼ି ରହିଥିଲା। ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଥିଲା ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ରୋଗୀର ମୃତ୍ୟୁ ଘଟିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts