ads

Breaking News

ମଣ୍ଡଳ ସ୍ତରୀୟ ଲିଖିତ କୁଇଜ ପରୀକ୍ଷା ଅନୁଷ୍ଠିତ

ସାକ୍ଷୀଗୋପାଳ ------ସତ୍ୟବାଦୀ ମଣ୍ଡଳ ସ୍ତରୀୟ  ଶକ୍ତି ସଂରକ୍ଷଣ ଉପରେ ଲିଖିତ କୁଇଜ ପରୀକ୍ଷା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାରୀକ୍ଷାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର୧୩୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ  । ସେମାନଙ୍କ ମଧ୍ୟରୁ ଲିଖିତ କୁଇଜ  ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଭିନାଶ ମହାପାତ୍ର ପ୍ରଥମ ସ୍ଥାନ ଅଧିକାରି କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜିତା ମଲ୍ଲିକ ଦ୍ୱିତୀୟ, ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସମ୍ପଦ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାପାଇଁ ମନୋନୀତ ହୋଇଥିବା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି  । ଶିକ୍ଷକ ବିଜୟ କୁମାର ପରିଡା, ପ୍ରଶାନ୍ତ କୁମାର ତିପ୍ରାଠୀ, ସୌଦାମିନୀ ନାୟକ , ମନୋରଞ୍ଜନ ନାଥ ଓ ମୃତ୍ୟୁଞ୍ଜୟ ମହାପାତ୍ର ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts