ads

Breaking News

ବାଲିଗୁଡା ପୋଲିସକୁ ବଡ ସଫଳତା ଦୁଇ ସୁଟର ସହ ତିନି ମାଷ୍ଟର ମାଇଣ୍ଡ


 M panda
Kandhamala
 କନ୍ଧମାଳ-----ବାଲିଗୁଡା ପୋଲିସକୁ ମିଳିଛି ବଡ ସଫଳତା ।ଦୀର୍ଘ ୧୯ଦିନ ପରେ ପୋଲିସ ମୃତ ଅଭିମନ୍ୟୁ ପଣ୍ଡାଙ୍କ ମର୍ଡର କେସର ପରଦାଫାର୍ସ କରିଛି । ଖବର ଅନୁଯାୟୀ ସୂଚନା କର୍ମି ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖ ସକାଳ ୭.୨୦ମିନଟ ସମୟରେ ନିଜ ପାତ୍ରସାହି ଘରୁଡାକି ଦୁଇଜଣ ଦୁବୁତ୍ତ ଗୁଳିମାରି ହତ୍ୟା କରିଥିଲେ ।ବାଲିଗୁଡାର ଏହା ପ୍ରର୍ଥମ କେସ ହୋଇଥିବାରୁ ଏହାର ପ୍ରତିବାଦରେ ବାଲିଗୁଡା ଓ ବାଟାଗୁଡା ଠାରେ ଦୋଷିକୁ ଧରିବା ଦାବୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।ଏହା ପରେ ପୋଲିସ ତପ୍ତର ହୋଇ ବିଭିନ୍ନ ସ୍ଥାନରେ ଟିମ ଗଠନ କରି ଚଢାଉ କରି ଦୁଇଜଣ ସୁପାରି କିଲରଙ୍କୁ ଆସିକା ମୁଣ୍ଡମରାଇ ଅଞ୍ଚଳରୁ ଗିରାଫ କରିଛି ।ଦୁଇଜଣ ସୁପାରି କିଲରଙ୍କୁ ପୋଲିସ ପଚରା,ଉଚାରା କରି ଏହି କେସରେ ଜଡିତଥିବା ବାଲିଗୁଡା ପାଟଖଣ୍ଡା ସାମନାରେ ଥିବା ଶ୍ରୀମନ୍ଦିର ଲୁଗାବ୍ୟବସାୟୀ କେ ବିଶ୍ବଜିତ ପାତ୍ର ମୁଖ୍ୟ ଷଡଯନ୍ତ୍ର କାରୀ କେ ବିଶ୍ବଜିତ ପାତ୍ର,ଏବଂ ବିଦ୍ୟୁତ ବିଭାଗରେ କାଯ୍ୟରତ ରାସବିହାରି ଦାସ ଓ ଏସ୍ ବାଲାଜି ଆଚାରିଙ୍କୁ ଗିରାଫ କରିଛି ।ସୁଟର ଦୁଇଜଣ ଠାରୁ ଏକ ପିସ୍ତଲ,ତିନି ରାଉଣ୍ଡ ଗୁଳି,ମୁଖା,ଏକ ବାଇକ୍,ଜାକେଟ ,ଛଅଟି ମୋବାଇଲ ଫୋନ ଜବତ ହୋଇଥିବା ଏସ୍ ପି ପ୍ରତିକ ସିଂ ପ୍ରକାଶ କରିଛନ୍ତି ।ଏହି କେସର ପର୍ଦାଫାସ କରିବାକୁ ବାଲିଗୁଡା ଏସଡିପିଓ  ମାନସ ରଞ୍ଜନ ବାରିକ,ଆଇ,ଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥିଲା । କନ୍ଧମାଳ ଜିଲ୍ଲାରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts