ads

Breaking News

ନବ ନିର୍ମିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ଉଦଘାଟିତ ଓ ଷଷ୍ଠ ତମ ବାର୍ଷିକ ଉତ୍ସବ,


 N das
Baragarh
  ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନବ ନିର୍ମିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ଗୃହ ଓ ଷଷ୍ଠ ତମ ବାର୍ଷିକୋତ୍ସଵ ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କ ଦ୍ୱାରା ଗଣେଶ ମହାପ୍ରଭୁଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦ୍ବୀପ ପ୍ରଜ୍ଵଳନ କରାଯାଇଥିଲା।ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମାଜସେବୀ ଜି ନରସିଂହ ମୂର୍ତ୍ତି, ସ୍କୁଲ ଅଧ୍ୟକ୍ଷ ଭି ଶ୍ରୀ ନିବାସ ରାଓ, ସମ୍ପାଦକ ଜି ଶ୍ରୀନିବାସ ରାଓ ସମ୍ବାନୀତ ଅତିଥିଭାବେ ଯୋଗଦେଇଥିଲେ । ସ୍କୁଲ ଅଧ୍ୟକ୍ଷ ଉଦ୍ଧବ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶିକ୍ଷୟିତ୍ରୀ ରେଶମା ପ୍ରଧାନ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା  ୫ଜଣ ଚମ୍ପିୟାନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ କୋମଳମତି ଶିଶୁ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହେଇଥିଲା।ଶେଷରେ ଛୋଟ ଛୋଟ ଶିଶୁ ପ୍ରତିଭା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହେଇଥିଲା।ଏଥିରେ ଶିକ୍ଷୟିତ୍ରୀ ରିତୁ, ସସ୍ମିତା, ଗୌରୀ, ରିମି ତଥା ଅଭିଭାବକ ଅଭିଭାବିକା ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ବନ୍ଦନା ବାଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବିନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲଙ୍କ ରିପୋର୍ଟ

ads

Blog Archive

Popular Posts