ads

Breaking News

ବସ ପଛରୁ ପିଟିଲା ବାଇକ,ଚାଳକ ଗୁରୁତର


ନୟାଗଡ଼:  ----ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ପୁଟର ତାରିଣୀ ଛକରେ ସଡ଼କ ଦୁର୍ଘଟଣାରେ ମଟର ଚାଳକ ଗୁରୁତର। ଏକ ଘରୋଇ ମହାବିଦ୍ୟାଳୟର ପିକନିକ ବସ ରାସ୍ତା କଡରେ ଥିବା ସମୟରେ ଜଣେ ମଦ୍ୟପ ବାଇକ ଚାଳକ ବସ ପଛପଟେ ବହୁ ଜୋରରେ ପିଟିହୋଇ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର  ହୋଇ ପଡିଛନ୍ତି । ଗୁରୁତର   ଅବସ୍ଥାରେ ସ୍ଥାନୀୟ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।ବ୍ୟକ୍ତି ଜଣକ ପ୍ରଚୂର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବସର ବାମ ପାର୍ଶ୍ୱକୁ ପିଟିଥିଲେ।ବ୍ୟକ୍ତିଜଣକ ତାଙ୍କ ପକେଟରେ ଏକ ମଦ ବୋତଲ ସହ ଛୁରୀ ମଧ୍ୟ ରଖିଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଶରଣକୁଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ଅତ୍ୟଧିକ ନିଶା ଯୋଗୁଁ ବ୍ୟକ୍ତିଜଣକଙ୍କ ପରିଚୟ ମିଳିପାରିନାହିଁ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ
S daealie
nayagarh

ads

Blog Archive

Popular Posts