ads

Breaking News

ଜିଲ୍ଲା ସ୍ତରୀୟ ଶୁଣ୍ଢି ସମାଜ ବାର୍ଷିକ ସମାବେଶ


 N Das
Baragarh

 ବରଗଡ଼----   ବରଗଡ ବିଜୁ ପଟ୍ଟନାୟକ ଟାଉନହଳରେ  ଜିଲ୍ଲାସ୍ତରୀୟ ଶୁଣ୍ଢି ସମାଜର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ସଭାପତି ଉଦ୍ଧବ ବେହେରା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ  ଦ୍ୱୀପ ପ୍ରଜ୍ବଳନ ସହ ଅର୍ଦ୍ଧ ନାରୀଶ୍ୱର ଠାକୁରାଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରତାପ ବେହେରା,ନେପାଲେଶ୍ୱର ନଳ, ସମ୍ମାନିତ ଅତିଥି ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ।  ଏଥିରେ ଶୁଣ୍ଢି ସମାଜର କୁନି କୁନି ପିଲା ମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ପରିବେଷଣ ହେଇଥିଲା।କେବଳ ସମାଜ ନୁହଁ ଜାତୀ ଧର୍ମ ନିର୍ବିଶେଷରେ ଅନ୍ୟ ସମାଜର ମଧ୍ୟ ଉନ୍ନତି ତଥା ଅଗ୍ରଗତି କିପରି ଭାବରେ ହେଇପାରିବ ଓ ଶିକ୍ଷାର ବିକାଶ କ୍ଷେତ୍ରରେ କେମିତି ଆଗେଇ ଯିବା ସେ ବିଷୟରେ ଅତିଥିମାନେ ତାଙ୍କର ଅଭିଭାଷଣ ମତବ୍ୟକ୍ତ କରିଥିଲେ।  ପାଣ୍ଡବ ବେହେରା ଅତିଥି ପରିଚୟ କରିଥିବା ବେଳେ  ପ୍ରକାଶ ବେହେରା  ବାର୍ଷିକ ବିବରଣୀ  ପାଠ କରିଥିଲେ ।  ମଞ୍ଚ ପରିଚାଳନାରେ ଉଦ୍ଧବ ଚରଣ ବେହେରା ରହିଥିଲେ।ଏହି ସମାବେଶରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅତିଥି ତଥା ଶୁଣ୍ଢି ସମାଜର ସମ୍ବଲପୁର ସଭାପତି, ସୁନ୍ଦରଗଡ ସଭାପତି,ନୂଆପଡା ସଭାପତି,ଝାରସୁଗୁଡା ସଭାପତି,କଳାହାଣ୍ଡି ସଭାପତି,ସୋନପୁର ସଭାପତି,ଉମେଶ ଚନ୍ଦ୍ର ବେହେରା,ସମ୍ବଲପୁର କବି ପ୍ରସନ୍ନ ବେହେରା ପ୍ରମୁଖଙ୍କୁ ଉପଢୌକନ ସହ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଜାତି ତଥା ଶୁଣ୍ଢି ସମାଜର ଶତାଧିକ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ।ସମାବେଶରେ ସମାଜର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକ୍ରମ ହୋଇଥିଲା।ଶେଷରେ  ଅନୁପମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts