ads

Breaking News

ମାରୁତି ସେନା ପକ୍ଷରୁ ସତ୍ୟବାଦୀ ବ୍ଳକକୁ ନିଶା ମୁକ୍ତ ପାଇଁ କରିବା ପାଇଁ ଦାବି

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକକୁ ନିଶା ମୁକ୍ତ କରିବା ପାଇଁ   ମାରୁତି ସେନା ପକ୍ଷରୁ ଦାବି କରାଯାଇଛି । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବାଟ ମହାବିରୀ ମନ୍ଦିର ପ୍ରାଙ୍ଗଣରେ ମାରୁତି ସେନା ପକ୍ଷରୁ ଏକ ନିଶା ମୁକ୍ତ ସଚେତନତା ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାରୁତି ସେନାର ଜିଲ୍ଲା ସଭାପତି ପପୁଦଳ ବେହେରା ଅଧ୍ୟକ୍ଷତା କରିଥିଲେ  ।  ଆଲେଚନା ଚକ୍ରରେ କିପିର ସତ୍ୟବାଦୀ ବ୍ଳକ ସମ୍ପର୍ଣ୍ଣ ନିଶାମୁକ୍ତ କରାଯିବ ସେ ନେଇ ଏକ ଆଲେଚନା କରାଯାଇଥିଲା  । ରାଜ୍ୟ ସରକାର ମଦ ଦେକାନ ଖୋଲିବା ସହ ଗାଁ ଗଣ୍ଡାରେ ମଦ ଖେଲା ଖୋଲି ଭାବେ ବିକ୍ରୟ କରାଯାଉଛି । ଯାହା ଫଳରେକି ରାସ୍ତାରେ ଦିନ ଦ୍ୱିପହରରେ ଝିଅ ବୋହୁ ମାନେ ମୁଣ୍ଡ ଟେକି ସିଧା ଭାବରେ ଯାଇ ପାରୁନାହାନ୍ତି  ବୋଲି ଆଲେଚନା କରାଯାଇଥିଲା  । ପରେ ନାଗରିକ ସଂଶୋଧନ ଅଧିନିୟମ ସମ୍ପର୍କରେ ମାରୁତି ସେନା ପକ୍ଷରୁ ଉପସ୍ଥିତ ଲୋକମାନଙ୍କୁ ବୁଝାଯାଇଥିଲା  ।   ଏହି ଆଲେଚନା ଚକ୍ରରେ  ବାହୁଡା ପ୍ରଧାନ, ନିରୁ ବିଶ୍ୱାଳ, କିଶୋର ଭୋଇ, ବନମାଳୀ ମହାପାତ୍ର, ତୋଫାନ ବିଶ୍ୱାଳ, ସଚ୍ଚିକାନ୍ତ ମହାପାତ୍ର, ଟୁନା ସ୍ୱାଇଁ, ଚନ୍ଦନ ସାହୁ, ଦିଲୁ ସାହୁ, ହରିଆ ବିଶ୍ୱାଳ, ଲିପୁ ବିଶ୍ୱାଳ, କାଳିଆ ନନ୍ଦ, ପ୍ରକାଶ ମହାପାତ୍ର, ମିଟୁ ଜେନା ଓ ଗୋଲକ ବିହାରୀ ପ୍ରଧାନ ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ  । ଆଗାମି ଦିନରେ ମଦ ମୁକ୍ତ ସତ୍ୟବାଦୀ ବ୍ଳକ କରିବା ପାଇଁ ବିଭିନ୍ନ ଗ୍ରାମରେ ଜନସଚେତନତା କରାଯିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି  । ଶେଷରେ ମାରୁତି ସେନାର ସଦସ୍ୟ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ  ।
 D Senapati
Sakhigopal
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts