ads

Breaking News

ବରୀରେ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ

 D behera
Bari
ବରୀ----ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ସନ୍ଥନମଠ ନିକଟରେ ବିଜେଡି ୨୩ ତମ ପ୍ରତିଷ୍ଠା ଦିବସ  ଗୁରୁବାର ଅପରାହ୍ନରେ ପାଳନ ହୋଇଯାଇଛି । ବ୍ଲକ ବିଜେଡି ଉପ-ସଭାପତି କେଦାର ସାମଲଙ୍କ ସଭାପତିତ୍ୱ କରିଥିଲେ  ।  ଅନୁଷ୍ଠିତ ସଭାରେ  ମୁଖ୍ୟ ଅତିଥି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କର ଭିବିନ୍ନ ଜନହିତକାର ଯୋଜନା ସମ୍ପର୍କେ କହିବା ସହ  ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନବରତ ପ୍ରୟାସ ଜାରି ରଖିଛି ।  ଏହି ପରିପ୍ରେକ୍ଷିରେ ବରୀର ବିଜେଡି  ସଂଗଠକ ଦେବେନ୍ଦ୍ର ଦାସଙ୍କ ତତ୍ୱାବଧାନରେ  କାଜଲ ବେଉରିଆ,କୈବଲ୍ୟ ଜେନା,ସୁଶାନ୍ତ କୁମାର ଜେନା, ଯୁଗୋଳ କିଶୋର ଜେନା ,ସଙ୍କର ଜେନା, ବିଶ୍ୱନାଥ ଘଡାଇ,ମନୋଜକୁମାର ଭୂୟାଁ, ସତ୍ୟବ୍ରତ ସାମଲ,ସରୋଜ କୁମାର ପାଣି,ଦୁର୍ଯ୍ୟୋଧନ ସାମଲ ପ୍ରମୁଖ  ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡି ପକ୍ଷରୁ ଜିଲ୍ଲା ସଭାପତି ମହାପାତ୍ର ଦଳୀୟ ଉତ୍ତରୀୟ ଦେଇ ଦଳକୁ ସେମାନଙ୍କୁ ପାଛୋଟି  ନୂତନ ଭାବେ ବିଜେଡିର ସଦସ୍ୟ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଗଣେଶ ମହାକୁଡ, ପ୍ରମୋଦ ସାମଲ, ବିଚିତ୍ରାନନ୍ଦ ଜେନା, ପ୍ରଦୀପ ଦାସ, ପ୍ରଦୀପ ଘଡାଇ, ପ୍ରବୀର ଜେନା , ନୀଳମଣୀ ସାମଲ,ଆଇନ ଜୀବି ଅମ୍ବିକା ସାମଲ, ବିରଜା ପ୍ରସାଦ ପରିଡା, ସମିର ମଲ୍ଲିକ, ହିମାଶୁଂ ନାୟକ, ସନ୍ତୋଷ ନାୟକ, ସରୋଜିନି ପଣ୍ଡା,  ଜିଲ୍ଲାପରିଷଦ ସଦସ୍ୟା ସତ୍ୟଭାମା ପଣ୍ଡା,ଯୁବନେତା ରଂଜନ ପଣ୍ଡା ପ୍ରମୁଖ ମଂଚାସିନ ରହି ବିଜେଡି ରାଜ୍ୟରେ ଏକ ନମ୍ବର ଦଳ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ ।  ଏହି ପ୍ରତିଷ୍ଠା ଦିବସରେ ବିଧାୟିକା ସୁନନ୍ଦା ଦାସ  ଅନୁପସ୍ଥିତ ରହିଥିବାର  ଦେଖିବାକୁ ମିଳିଥିଲା ।
 ଯାଜପୁ. ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts