ads

Breaking News

ଡେଲାଙ୍ଗରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ


 D Senapati
Delang
ଡେଲାଙ୍ଗ  ----   ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ପ୍ରତିଷ୍ଠା କରାଯାଇ ଥିବା ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ଡେଲାଙ୍ଗରେ ପାଳିତ ହୋଇଯାଇଛି ।  ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା  ।  ଏଥିରେ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମୁନିଦା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା, ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ସୁଜନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ସୁବାଷ ବଳବନ୍ତରାୟ, ଡେଲାଙ୍ଗ କୋଠବାଡର ନବଘନ ପ୍ରଧାନ, କାଳିଆ ପ୍ରଧାନ, ଭାସିଆ ପରିଡା ସାଉରିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଯ୍ୟେଧନ ସାହୁଙ୍କ ସହିତ ବିଜୁ ଜନତା ଦଳର କର୍ମୀ ଓ ବିଜୁ ଜନତା ଦଳକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଏହି ପ୍ରତିଷ୍ଠା ଦିବସରେ ଯୋଗଦାନ କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts