ads

Breaking News

ପଲୁସନ ପ୍ରମାଣ ପତ୍ର ମିଳୁନାହିଁ

  କନ୍ଧମାଳ-----   କନ୍ଧମାଳ ଜିଲ୍ଲା ତଥା ଓଡିଶାର କାଶ୍ମିରି ଦାରିଙ୍ଗବାଡି ଉପାନ୍ତ ଅଞ୍ଚଳର ଲୋକମାନେ ଯାନବାହନ ପଲୁସନ ପାଇଁ ଶହ,ଶହ ଅର୍ଥ ଖର୍ଚ କରି ଫୁଲବାଣୀ ମହକୁମାକୁ ଯିବାପାଇଁ ପଡୁଛି । ଗାଡିର ପଲୁସନ ପାଇଁ ଧାଡିରେ ଘଣ୍ଟା,ଘଣ୍ଟା ଲୋକମାନେ ଭୋକ ଉପାସରେ ଠିଆ ହୋଇ ମଧ୍ୟ କିଛି ଲୋକଙ୍କ ପଲୁସନ ହୋଇପାରୁନଥିବା ଜଣାପଡିଛି । ଏହାକୁ ଆଖି ଆଗରେ ରଖି ଲୋକଙ୍କ ସୁବିଧା ଦୃଷ୍ଟିରୁ ଦାରିଙ୍ଗବାଡି ମହିନ୍ଦ୍ରା ଟ୍ରାକ୍ଟର ବିକ୍ରେତା ସୋରୁମର ଡିଲର ପ୍ରଶାନ୍ତ କୁମାର ସ୍ବାଇଁ ଅନ୍ ଲାଇନ ମାଧ୍ୟମରେ ପଲୁସନର ସୁବିଧା ଲୋକମାନଙ୍କୁ ଯୋଗଇ ଦେବା ପାଇଁ ଦାରିଙ୍ଗବାଡି  ସୋରୁମ ଠାରେ ପଲୁସନ କରାଯିବ ବୋଲି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଲୋକମାନେ ଏହି ସମସ୍ତ ସୁବିଧା ଖୁବ୍ ଶିଘ୍ର ପାଇ ପାରିବେ ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି । 


କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts