ads

Breaking News

କୋଣାର୍କ ଉତ୍ସବ–୨୦୧୯ର ତୃତୀୟ ସନ୍ଧ୍ୟା; ଓଡିଶୀରେ ‘ତ୍ରିବେଣୀ’ ଓ ମୋହିନୀଆଟମରେ ‘ଗୀତଗୋବନ୍ଦ’


 କୋଣାର୍କ––– ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ୨୦୧୯ର ତୃତୀୟ ସନ୍ଧ୍ୟାରେ ପୁରାଣ ପ୍ରସଙ୍ଗ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ନୃତ୍ୟ ଶିଳ୍ପୀମାନେ ରଙ୍ଗବେରଙ୍ଗ ଆଲୋକର ଶୁସଜିତ ରଙ୍ଗମପରିସର ଗ୍ୟାଲେରୀ ଭରପୁର ଦର୍ଶକ ଓଡିଶୀ ଏବଂ ମୋହିନୀଆଟ୍ଟମ୍ର ନୃତ୍ୟରେ ଝୁମିଉଠିଥିଲେ ଦର୍ଶକ ନୃତ୍ୟନିଳୟ ଅନୁଷ୍ଠାନର ଗୁରୁ ସ୍ବପ୍ନାରାଣୀ ସିହ୍ନା ସାଥୀ ନୃତ୍ୟ  ଶିଳ୍ପୀମାନେ ରେ ପ୍ରବେଶ କରିଥିଲେ ବେଦରୁ ଆଧାରିତ  ଅଗ୍ନିସ୍ତୁତିକୁ ନେଇ ନୃତ୍ୟଶିଳ୍ପୀମାନେ ଚମତ୍କାର ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ ଏହାପରେ ଶିଳ୍ପୀମାନେ ନୃତ୍ୟ ନାଟିକା ତ୍ରିବେଣୀ ସଙ୍ଗମ, ପବିତ୍ର ଗଙ୍ଗା, ଯମୁନା, ସରସ୍ବତୀ ନଦୀର ମହିମା ସମ୍ପକିର୍ତ ଧର୍ମୀୟ ବିଶ୍ବାସର ଭାବଧାରାକୁ ନୃତ୍ୟାଭିନୟରେ ପ୍ରତିପାଦିତ କରିଥିଲେ ତୃତୀୟ ସନ୍ଧ୍ୟାର ଦ୍ବିତୀୟ ସେପାନରେ  ନୁଆଦୀଲ୍ଳିର ନୃତ୍ୟ ଗୁରୁ ଜୟପ୍ରଭା ମେନନ୍ ସାଥୀ ନୃତ୍ୟଶିଳ୍ପୀମାନେ ମୋହିନୀଆଟ୍ଟମ୍ର ନୃତ୍ୟରେ   ଶ୍ରୀଜୟଦେବଙ୍କ ରଚିତ ଗୀତ ଗୋବିନ୍ଦର ଚଚ୍ଚିର୍ତ ଅଷ୍ଟପଦୀ ଚନ୍ଦନ ଚଚ୍ଚିର୍ତ ନୀଳ କଳେବର  ଉପସ୍ଥାପନା କରିଥିଲେ ଗୁରୁ ମେନନ୍ ସାଥୀ ନୃତ୍ୟଶିଳ୍ପୀମାନେ ଦ୍ବିତୀୟ ଅର୍ଘ୍ୟରେ ଜୀବନଚର୍ଯ୍ୟା ସମ୍ପର୍କରେ  ଅତି ନିଖୁଣ ଭାବେ ରେ ଉପସ୍ତାପନ କରିଥିଲେ    
ତୃତୀୟ ସନ୍ଧ୍ୟାରେ  ଅତିଥି ଭାବେ ପ୍ରିନ୍ସିପାଲ . ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିେର୍ଦ୍ଦଶକ ସଚିନ ରାମଚନ୍ଦ୍ର ଯାଦବ୍, ସଙ୍ଗୀତ ନାଟକ ଏକାଡେମୀ ସଚିବ . ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ .ସଙ୍ଗୀତା ଗୋସାଇଁ ଯୋଗ ଦେଥ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ 
କୋଣାର୍କରୁ ଅଜିତ କୁମାର ମଲିକ 



ads

Blog Archive