ads

Breaking News

କଲେଜ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପାଇଁ ତାଲିମ ଶିବିର


ନୟାଗଡ଼: ସମାଜରେ ନାରୀଙ୍କ ସ୍ଥାନ ସ୍ୱତନ୍ତ୍ର।ନାରୀ ସୁରକ୍ଷାକୁ ଏବେ ପ୍ରାଧାନ୍ୟ ଦିଆଯାଉଛି। ସରକାରୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ବେଶ ତତ୍ପରତା ପ୍ରକାଶ ପାଇଛି । ନିର୍ଭୟା ହତ୍ୟାକାଣ୍ଡ, ପିପିଲି ଗଣଦୁଷ୍କର୍ମ କିମ୍ବା ହାଇଦ୍ରାବାଦରେ ପ୍ରିୟଙ୍କା ରେଡ୍ଡୀ ହତ୍ୟାଭଳି ଲୋମଟାଙ୍କୁରା ଘଟଣା ଆଜିର ଆଧୁନିକ ସଭ୍ୟାସମାଜକୁ ନିନ୍ଦିତ କରିବାସହ ଆତ୍ମରକ୍ଷା କୌଶଳ ଅପରିହାର୍ଯ୍ୟ ହୋଇପଡିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ପିମିଟ ଆବାସିକ ମହାବିଦ୍ୟାଳୟରେ ଯୁବତୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଚାଲିଛି।ଏହି ପ୍ରଶିକ୍ଷଣ ଶିବିରରେ ଯୁକ୍ତ ଦୁଇ କଳା ବିଭାଗର ସମସ୍ତ ଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି। ଅତର୍କିତ ଆକ୍ରମଣକୁ ମୁକାବିଲା କରିବା ତଥା ଆତ୍ମରକ୍ଷା କଳାକୌଶଳ ପ୍ରଶିକ୍ଷଣ ଦିଆଯାଉଛି।ଏହି ଶିବିରରେ ରଘୁନାଥ ସମବାୟ ମହାବିଦ୍ୟାଳୟର ଦୁଇଜଣ ଛାତ୍ରୀ ପ୍ରଶିକ୍ଷିକା ଭାବେ ରହିଛନ୍ତି । ସୁଜନ୍ମା ଦାଶ୍ ଏବଂ ସହଯୋଗୀ ପ୍ରଶିକ୍ଷିକା ସୁନିତା ।  ସବୁଦିନ ସକାଳ ୮ଟା ରେ ପିମିଟ ଆବାସିକ ମହାବିଦ୍ୟାଳୟ ପଡ଼ିଆରେ ପ୍ରଶିକ୍ଷଣ ଦେଉଛନ୍ତି।ଏଥିରେ ପ୍ରାୟ ୧୫୦ ଜଣ ଛାତ୍ରୀ ଯୋଗ ଦେଇଥିବା ଜଣାପଡିଛି ।
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ


ads

Blog Archive

Popular Posts