ads

Breaking News

ରବିବାର ଛୁଟି ଦିବସ ବଦଳରେ ସୋମବାର ସାପ୍ତାହିକ ଛୁଟି

 କେନ୍ଦୁଝର------   କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ ଦେଓଗାଁ ସର୍କଲର ୨୭ଟି ପ୍ରାଥମିକ ବିଦ୍ୟାଳୟ ରବିବାର ଖୋଲା ରହୁଥିବା ବେଳେ ସୋମବାର ଏହା ବନ୍ଦ ରୁହେ । ତେବେ ଏହା କୌଣସି ଜୋରଜବରଦସ୍ତ ଭାବେ ନୁହେଁ ବରଂ ଶିକ୍ଷା ବିଭାଗର  ନିୟମ ଅନୁଯାୟୀ ଏହା କାର୍ଯ୍ୟକାରୀ ହେଉଛି। ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକ ରବିବାର ସାପ୍ତାହିକ ଛୁଟି ରହୁଥିବାବେଳେ ଏଠାରେ କିନ୍ତୁ ସୋମବାରକୁ ସାପ୍ତାହିକ ଛୁଟି ଭାବେ କାର୍ଯ୍ୟକାରୀ କରାଯାଉଛି। ଏହାର  ଦୁଇଟି କାରଣ ରହିଛି। ଗୋଟିଏ ହେଉଛି କୁଶଳେଶ୍ୱର ମହାଦେବଙ୍କ ଆଧିପତ୍ୟ, ଅନ୍ୟଟି ସାପ୍ତାହିକ ହାଟ। ସୁଚନା ଯୋଗ୍ୟ ଯେ ୧୯୯୧ ମସିହାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ପରମ୍ପରା ଚାଲି ଆସୁଛି ।  ଶିକ୍ଷାବିଭାଗ ଏହାକୁ ଆଉ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେଉ ନାହିଁ ବୋଲି ଜଣାପଡିଛି । 
 ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts