ads

Breaking News

ସାମାନ୍ୟ ବର୍ଷାରେ ଓଡ଼ଗାଁ ବୁଡିଲା



ଓଡ଼ଗାଁ:ଶିକ୍ଷା ସ୍ୱାସ୍ଥ୍ୟ ପରିବହନ କ୍ଷେତ୍ରରେ ଓଡ଼ଗାଁ ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି। କିନ୍ତୁ ଡ୍ରେନେଜ ସମସ୍ୟା ଏକ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ସହରର ପ୍ରାୟ ସବୁ ଡ୍ରେନ ପୋତିହୋଇଗଲାଣି।ନୂତନ ଡ୍ରେନ ନିର୍ମାଣ କରିଥିବା ଠିକାଦାର ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିନାହାନ୍ତି। ଗତକାଲି ସାମାନ୍ୟ ବର୍ଷାରେ ବୁଡିଗଲା  ଓଡ଼ଗାଁ  । ଜଳ ନିଷ୍କାସନ ହୋଇପାରୁନଥିବାରୁ ସହରର ବିଭିନ୍ନ ସ୍ଥାନ ଜଳ ମଗ୍ନ ହୋଇ ରହୁଛି। ସହରର ହନୁମାନ ଛକ,ଡାକ୍ତରଖାନା ପରିସର,ସିନେମା ହଲ ଛକ ଜଳମଗ୍ନ ହୋଇ ନଦୀର ଭ୍ରମ ସୃଷ୍ଟି କରିଥିଲା। ଏପରିକି ପ୍ରଶାସନର ଫାଇଲ ଚାଲୁଥିବା ଖୋଦ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ପଛପାଖରେ ଲୋକମାନେ କିଛି ସମୟ ଜଲବନ୍ଦୀ ହୋଇ ରହିଥିଲେ। ଓଡ଼ଗାଁ ବିଜ୍ଞାପିତ ଅଂଚଳର ଅଧିକାରୀ ତଥା ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ସ୍ପଷ୍ଟ ଅନୁମେୟ ବୋଲି ଜନସାଧାରଣ ଠାରୁ ଶୁଣିବାକୁ ମିଳୁଛି । 
ଓଡ଼ଗାଁ ରୁ ମନୋଜ କୁମାର ପଣ୍ଡା

ads

Blog Archive