ପ୍ରଧାନମନ୍ତ୍ରୀ ଙ୍କ "ମନକିବାତ" ଅନୁଷ୍ଠିତ
ଜଟଣୀ :- ଜଟଣୀ ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ -୮ ର ୧୯୦ ନଂ ବୁଥ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୧୨ ୫ ତମ "ମନ କି ବାତ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଉପସଭା ନେତ୍ରୀ ମହିଳା ମୋର୍ଚ୍ଚା ରଶ୍ମିମୟୀ ପଟ୍ଟନାୟକଙ୍କ ନିବାସ ସଂଲଗ୍ନ ୱେଲକମ ଗେଷ୍ଟ ହାଉସ ହଲ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଅତିଥି ଭାବେ ଯୋଗ ଦେଇ, ଆଜିର "ମନ କି ବାତ " ର ସାରତତ୍ୱ ବିଷୟ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମଟିରେ ଜଟଣୀ ନଗରମଣ୍ଡଳ ସଭାପତି, ତିରୁପତି ଶତପଥି, ସାଂସଦ ପ୍ରତିନିଧି ତଥା ୱାର୍ଡ ର ବାସିନ୍ଦା, ସତୀଶ ଶର୍ମା, ମଣ୍ଡଳ ପ୍ରତିନିଧି ରବି ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦିକା ବାସନ୍ତୀ ନାୟକ ଓ ପୂର୍ବତନ ମହିଳା ମୋର୍ଚ୍ଚା ରୀନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଙ୍କ "ମନ କି ବାତ " ଶୁଣିଥିଲେ l ପରିଶେଷରେ ମଣ୍ଡଳ ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୯/୨୦୨୫---୭,୨୫ Sakhigopal News,1/9/2025


