ads

Breaking News

ୟୁବି ହାଇସ୍କୁଲରେ "ଗଛ ଲଗାଇବା ଗୋଟିଏ"



ଭଞ୍ଜନଗର / ଗଂଜାମ ----  ଆଜି ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ  ଏକ୍ ପେଡ୍ ମାଁ କେ ନାମ୍ - ୨.୦ ପାଳିତ ହୋଇଯାଇଛି। ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ  ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ  କାର୍ଯ୍ୟକ୍ରମ ଔଷଧୀୟ ବୃକ୍ଷଚାରା ଓ ଅନ୍ୟାନ୍ୟ ଚାରା ରୋପଣ   ଆୟୋଜନ  କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି ଆର୍ମି ଉଇଙ୍ଗ କ୍ୟାଡେଟ ଅଗ୍ରଦୂତ ଭାବରେ  l ଏଥିରେ ଭଞ୍ଜନଗର ଉପକୋଷାଗାର ଅଧିକାରୀ ରଞ୍ଜନ ଉଲାକା , ଭଞ୍ଜନଗର ଉପନିବନ୍ଧକ ଅଧିକାରୀ ପ୍ରଭାକର ପ୍ରଧାନ , ଭଞ୍ଜନଗର ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ  ବି ମୋହିତ ରଞ୍ଜନ ପାତ୍ର, ଉତ୍ତର ଘୁମୁସର ବନଖଣ୍ଡର ଅବସର ପ୍ରାପ୍ତ କର୍ମଚାରୀ ଶୂଳପାଣି ଶତପଥି ,  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନରଥ ,  ଶିକ୍ଷକ ଉମାକାନ୍ତ ନାହାକ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ରଥ ସଂଯୋଜନା କରିଥିଲେ l  କାର୍ଯ୍ୟକ୍ରମର ପ୍ରଥମଭାଗରେ ସବୁଜ ପୃଥିବୀର ଆବଶ୍ୟକତା " ଗଛ ଲଗାଇବା ଗୋଟିଏ, ସୁଫଳ ମିଳିବ କୋଟିଏ" ସଂପର୍କିତ ଆଲୋଚନା  କରାଯାଇଥିଲା ।  ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା  ସବୁଜିମାଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ସମସ୍ତ ଅତିଥି ଏହାପରେ  ବିଦ୍ୟାଳୟରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଶ୍ରୀ  ମିଶ୍ର  ଓ ଶ୍ରୀ ରଥ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ  ବୁଝାଇଥିଲେ ।  ପ୍ରତ୍ୟେକ କ୍ୟାଡେଟଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ବଞ୍ଚାଇବା ପାଇଁ  ଶପଥ ଗ୍ରହଣ କରାଇଥିଲେ । ଶ୍ରୀ ଶତପଥି ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ , ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ଦୋହରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୬/୯/୨୦୨୫---୮,୧୦ Sakhigopal News,16/9/2025

ads

Blog Archive

Popular Posts