ads

Breaking News

ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଦେଲେ, ୨୯୧ ଜଣ


ଭଞ୍ଜନଗର – ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ ପକ୍ଷରୁ, ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ହୋମଗାର୍ଡ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷା ଅନୁଷ୍ଠିତ  ହୋଇଯାଇଛି । ସ୍ଥାନୀୟ ପୋଲିସ ପକ୍ଷରୁ ସଂପୃକ୍ତ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ ପରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଶେଷ ହୋଇଛି । ଗଂଜାମ ପୋଲିସ ଜିଲ୍ଲାରେ ୧୩୫ ହୋମଗାର୍ଡ ପଦବୀ ପାଇଁ ୭୫୦୦ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୨୯୧ ଜଣ ଆବେଦନକାରୀ ଭଞ୍ଜନଗର ଥାନା ଅଧୀନରେ ଲିଖିତ ପରୀକ୍ଷା ଦେଇଥିଲେ । ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ  ତତ୍ବାବଧାନରେ ହୋଇଥିବା ପରୀକ୍ଷାରେ ବିଭାଗୀୟ କର୍ମଚାରୀ ମାନେ ପରୀକ୍ଷା ପରିଚାଳନା କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୭/୯/୨୦୨୫----୯,୧୦  Sakhigopal News,7/9/2025

ads

Blog Archive

Popular Posts