ads

Breaking News

ବନବିଭାଗ ଛାଡୁଥିଲା, ପୋଲିସ ଧରିଲା;ବନ୍ୟଜନ୍ତୁ ଶିକାରୀ ଗିରଫ, ବନ୍ଧୁକ ସହ ଶିଙ୍ଗ ଜବତ


ଭଞ୍ଜନଗର - ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜଣେ ପେଶାଦାର ଶିକାରୀକୁ ଗିରଫ କରିଛି ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ପୋଲିସ । ସଂପୃକ୍ତ ଅଭିଯୁକ୍ତ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଦୁଇଟି  ସମ୍ବର ଶିଙ୍ଗ ଜବତ କରିଛି। ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲରୁ ଶିକାର କରି ଫେରୁଥିବା ବେଳେ, ମାଙ୍କଡକୁମ୍ପା ଗାଁ ନିକଟରେ ତାରାସିଙ୍ଗି ଥାନାର ଏସଆଇ  ସମୀର କୁମାର ବେହେରାଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରା ପଡ଼ିଥିଲା । ତାଙ୍କ ନାମ ହେଲା ଭୁରୁଡୁପଲ୍ଲୀ ଗାଁ ର  ସନିଆ ମଲ୍ଲିକ (୫୫) ବୋଲି ଜଣାପଡିଛି।  ପୋଲିସ ଜେରା ପରେ,  ସେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରିବା ଏବଂ ବନ୍ଧୁକ ଭଳି ମାରଣାସ୍ତ୍ର ବ୍ୟବହାର କରୁଥିବା ନେଇ ସ୍ବିକାର କରିଥିଲା ଗିରଫ ଅଭିଯୁକ୍ତ । ତେବେ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।  ଏ ସଂକ୍ରାନ୍ତରେ ଭଂଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଏସଡିପିଓ ଡଃ ଦୀପକ୍ କୁମାର ମିଶ୍ର  ସୂଚନା ଦେଇ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ଜଣକ ଜଣେ ପେଶାଦାର ବନ୍ୟଜନ୍ତୁ ଶିକାରୀ । ବିଭିନ୍ନ ସମୟରେ, ସେ ବନ୍ୟଜନ୍ତୁ ଶିକାର କରେ । ଏବଂ ମାଂସ କୁ ଅନ୍ୟତ୍ର ବିକ୍ରି କରିବା ସହ, ମୃତ ବନ୍ୟପ୍ରାଣୀଙ୍କ ଚମଡା, ଶିଙ୍ଗ ଏବଂ ଅନ୍ୟାନ୍ୟ ଅଂଶ ସବୁ ଜଙ୍ଗଲ ଭିତରେ ଲୁଚାଇ ରଖୁଥିଲା । ସୁବିଧା ସୁଯୋଗ ଦେଖି, ସେ ଗୁଡ଼ିକୁ ଅନ୍ୟତ୍ର ଚାଲାଣ କରୁଥିଲା । ଏହା ବି' ସାଧାରଣ ରେ କୁହା ଯାଉଛି ଯେ, ଏତେ ଦିନ ଧରି ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ, ସଂପୃକ୍ତ ଅଭିଯୁକ୍ତ ଜଣକ ବନବିଭାଗ ଆଖିରେ ଧୂଳି ଦେଇ ଖସି ଯାଉଥିଲା କେମିତି । ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତରେ ଗଂଜାମ ଏସପି ଙ୍କ ନିକଟରେ ସୂଚନା ପହଞ୍ଚିବା ପରେ, ତାଙ୍କର ନିର୍ଦ୍ଦେଶ ପ୍ରକାରେ ଥାନାଧିକାରୀଣି ଶୁଭଲକ୍ଷ୍ମୀ ପୂଜାରୀ ଏକ ଟିମ୍ ଗଠନ କରି, ଏହି ସଫଳତା ପାଇଥିଲେ । ଏବଂ ଥାନା କେଶ୍ ନମ୍ବର ୩୩୭/୨୫ ରେ ଏକ ମାମଲା ରୁଜୁ କରି, ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ । ଅନ୍ୟ ପକ୍ଷରେ ଜଣସାଧାରଣ କହନ୍ତି ଜଙ୍ଗଲ ବିଭାଗ ଛାଡୁଥିଲା ଏବେ ସ୍ଥାନୀୟ ପୋଲିସ ଧରିଲା ବେଶ ଆଲୋଚନା ହେଉଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୯/୯/୨୦୨୫---୮,୪୫ Sakhigopal News,9/9/2025

ads

Blog Archive

Popular Posts