ଡିଏଭି ପବ୍ଲିକ୍ ସ୍କୁଲରେ ହିନ୍ଦୀ ପକ୍ବାଡା ଦିବସ ପାଳନ
ଭଞ୍ଜନଗର-- ରବିବାର ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ପୄଷ୍ଟିଙ୍କ ଉପସ୍ଥିତରେ ଏହି ଦିବସ ପାଳିତ କରାଯାଇଥିଲା । ସେପ୍ଟେମ୍ବର ତା-୦୧/୦୯/୨୦୨୫ ରିଖ ଠାରୁ ଆରମ୍ଭ କରି ତା୧୪/୦୯/୨୦୨୫ ରିଖ ପର୍ଯ୍ୟନ୍ତ ଦୀର୍ଘ(୧୪) ଦିନ ଧରି କ୍ରମାଗତ ଭାବରେ ' ହିନ୍ଦୀ ପକ୍ବାଡ଼ା ଦିବସ' ପାଳନ କରାଯାଇଛି । ହିନ୍ଦୀ ଆମର ରାଷ୍ଟ୍ର ଭାଷା ହୋଇଥିବାରୁ ଏହି ଭାଷାକୁ ଅଧିକରୁ ଅଧିକ ମାତ୍ରାରେ ବ୍ୟବହାର କରିବା ନିମନ୍ତେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ‐ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଓ ହିନ୍ଦୀ ଶିକ୍ଷକ ‐ଶ୍ରୀ ଗୋପାଳକୄଷ୍ଣ ଗୌଡ଼ ଏହି ଭାଷାର ମହତ୍ବ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ‐୦୧ ତାରିଖଠାରୁ ପ୍ରତ୍ୟେକ ଦିନ ବିଭିନ୍ନ ହିନ୍ଦୀ କବିତା ପାଠ ,ସୁନ୍ଦର ହିନ୍ଦୀ ହସ୍ତାକ୍ଷର,ତୁଳସୀ ଦାସ ଓ କବୀର ଦାସଙ୍କ ବିଭିନ୍ନ ପ୍ରତିଯୋଗିତା ସହ ଗାନ କରାଯାଉଥିଲା । ଉଦଯାପନ ଦିବସରେ ପ୍ରଧାନ ଶିକ୍ଷକ ଏହି ଦିବସର ମହତ୍ବ ସମ୍ପର୍କରେ ଅନେକ ମହତ୍ବ ବାଣୀ ରଖିଥିଲେ । ସମସ୍ତ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ ରଖାଯାଇଥିଲା ।ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୪/୯/୨୦୨୫---୭,୨୦ Sakhigopal News,14/9/2025


