ads

Breaking News

ବିଦ୍ୟାଳୟ ତରଫରୁ ଚା୍ରାରୋପଣ ; ଗୋଟିଏ ଗଛ ଗୋଟିଏ ଜୀବନ


ଡେଲାଙ୍ଗ - ଗୋଟିଏ ଗଛ ଗୋଟିଏ ଜୀବନ ,ଗଛ ହସିଲେ ଦୁନିଆ ହସେ ଏହି ସ୍ଳୋଗାନ ଦେଇ ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ମେଗା ଚା୍ରାରୋପଣ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଆ କେ ନାମ ଏକ ପେଡ୍ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶତୃଘ୍ନ ବେହେରା ଏଥିରେ ଯୋଗଦେଇଥିଲେ । ବିଦ୍ୟାଳୟ ପରିସରରେ ଏକ ନାରିକେଳ ଚାରା ରୋପଣ କରିଥିଲେ । ଲଗାଯାଉଥିବା ପ୍ରତ୍ୟେକ ଗଛକୁ ଗୋଟିଏ ଜୀବନ ଭାବି ପ୍ରତ୍ୟେକ ବ୍ୟକ୍ତି ଓ ଛାତ୍ରଛାତ୍ରୀ ତା'ର ଉପଯୁକ୍ତ ଯତ୍ନ ନେଇ ବଢାଇଲେ ମଣିଷ ଜୀବନରେ ଅନେକ ପୁଣ୍ୟ ମିଳିବ ବୋଲି ସେ କହିଥିଲେ।ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଓ ଦାୟିତ୍ଵରେ ବିଦ୍ୟାଳୟ ପରିସର ଓ ବିଦ୍ୟାଳୟ ନିକଟ ରାସ୍ତାର ଉଭୟ ପାର୍ଶ୍ବରେ ଜାମୁ ,ଵଉଳ ଆଦି ବିଭିନ୍ନ କିସମର ପ୍ରାୟ ୨୦ଟିରୁ ଉର୍ଦ୍ଧ୍ବ  ଚା୍ରାରୋପଣ କରାଯାଇଥିଲା। ଏଥିରେ ବ୍ୟଙ୍ଗ କବି ତଥା ପରିବେଶପ୍ରେମୀ ଶ୍ରୀମାନ ଗବା, ସମାଜସେବୀ ଶଶିଭୂଷଣ ମହାନ୍ତି ପ୍ରଦୀପ ବାରିକ୍,ସିଆରସିସି  ତପନ ମଲ୍ଲିକ, ଲୋକନାଥ ପ୍ରଧାନ, ଅଭିମନ୍ୟୁ ପ୍ରଧାନ ଯୋଗ ଦେଇଥିଲେ ।ବିଦ୍ୟାଳୟ ତରଫରୁ ଏଭଳି କାର୍ଯ୍ୟକୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ।ଶିକ୍ଷକ ଟିକେଇ ଦଳାଇ,ଅଜୟ କୁମାର ପ୍ରଧାନ,ମାନସ ରଞ୍ଜନ ସ୍ବାଇଁ,ଶିକ୍ଷୟିତ୍ରୀ ରୋଜାଲିନ୍ ମହାରଣା, ସତ୍ୟଭାମା ବେହେରା, ପ୍ରିୟତ୍ତମା ସାହୁ,ପାପ୍ଲିନ୍ ପ୍ରଧାନ,ଅଙ୍ଗନବାଡ଼ି କର୍ମୀ ସ୍ଵପ୍ନାରାଣୀ ସିଂ,ଜୁଲି ସିଂ, କମିଟି ସଭ୍ୟ ଦିଲ୍ଲୀପ ସାମନ୍ତରାୟ, ଜିତେନ୍ଦ୍ର ସେଠୀ,ପିଙ୍କି ବେହେରା, ଅଭିଭାବକ ଅଜୟ ବେହେରା,ଆଜାର ଅଲ୍ଲୀ ସାହା , ଗୀତାରାଣୀ ନାୟକ ଓ ଅନ୍ୟ ଅଭିଭାବକ ବୃନ୍ଦ ,କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ,ସଭ୍ୟ ସଭ୍ୟା ,ପରିବେଶପ୍ରେମୀ , ସମାଜସେବୀ , ଛାତ୍ର ଛାତ୍ରୀ ଓ ଅନ୍ୟମାନେ ଏଥିରେ ଯୋଗଦେଇଥିଲେ। ପୂର୍ବରୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟର ମା ଅଭିଭାବକ ମାନଙ୍କୁ  ପ୍ରାୟ ୧୭୬ ଚାରା ବଣ୍ଟନ କରି ନିଜ ବାଡ଼ି ବଗିଚାରେ ଲଗାଇ ତାର ଯତ୍ନ ନେବାକୁ ପରାମର୍ଶ ଦେଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ। ପରିବେଶପ୍ରେମୀ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ଏଭଳି ଉଦ୍ୟମୀ କାର୍ଯ୍ୟ  ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୯/୨୦୨୫--୭,୨୫ Sakhigopal News,23/9/2025

ads

Blog Archive

Popular Posts