ads

Breaking News

ସତ୍ୟବାଦୀ ରେ ସେହି ତର୍ଚ୍ଚିତ କେନାଲ ବନ୍ଧ ନିକଟରୁ ରନ୍ଧା ମଦ ଜବତ


 ସାକ୍ଷୀଗୋପାଳ ----  ସତ୍ୟବାଦୀ ପୋଲିସ ସେହି ଷୋଳହଳ କେନାଲ ବନ୍ଧ ନିକଟରୁ ବେଆଇନ ରନ୍ଧା ମଦ ଭାଟି ଠାବ କରିବା ସହ ୧୬ ଲିଟର ରନ୍ଧାଯାଉଥିବା ମଦ ଜବତ କରିବାରସହ ୧୫ଶହ ଲିଟର  ପୋଚ ଓ ରନ୍ଧାମଦ ତିଆରି ପାଇଁ ବିଭିନ୍ନ ସାମଗ୍ରୀ ଜବତ କରିବା ରେ ସଫଳ ହୋଇଛନ୍ତି। ଥାନା ର ଏସ ଆଇ ସୁକାନ୍ତି ମୁର୍ମୁ କୋୖଣସି ସୁତ୍ରରୁ ଖବର ପାଇ ସଦଳବଳେ ସେଠାରେ ଚଢାଉ କରିଥିଲେ । ସେଠାରୁ ୧୫ଶହ ଲିଟର ପୋଚ ଓ୧୬ଲିଟର ରନ୍ଧା ମଦ ଜବତ କରିବାରସହ 
 ରନ୍ଧା ମନ୍ଦ ପ୍ରସ୍ତୁତ ପାଇଁ ବିଭିନ୍ନ ସାମଗ୍ରୀ ଯଥା ଗୁଡ, ରସ ହାଣ୍ଡି, ଗ୍ୟାସ ଚୁଲା ଇତ୍ୟାଦି ଜବତ କରାଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ମାତ୍ର ମଦ ପ୍ରସ୍ତୁତି କାରି ଫେରାର ହୋଇଯାଇଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ପୋଲିସ ଏଠାରେ ଯେତେବେଳେ ଚଢାଉ କରୁଛନ୍ତି ସେତେବେଳେ ମଦ ବେପାରୀ ଖସି ଯାଉଛି । ଏହା ସତ୍ୟବାଦୀ ପୋଲିସ ର ଏକ ନାଟକ ନୁହେଁ ତ ବୋଲି ଜନସାଧାରଣରେ ଆଲୋଚନା ହେଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୯/୨୦୨୫---୯,୨୦ Sakhigopal News,7/9/2025

ads

Blog Archive

Popular Posts