ads

Breaking News

ଅମୃତ୍ କୁଟୁମ୍ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର

 
ବରଗଡ - ବରଗଡ ଜିଲ୍ଲା ଭେଡେନ ଅମୃତ୍ କୁଟୁମ୍ ଭେଡେନ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ୫୧ତମ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।
 ଏହି କାର୍ଯ୍ୟକ୍ରମରେ ତିନି ଜଣ  ଆଦର୍ଶ ଶିକ୍ଷକ ଶ୍ରୀ ଅଗ୍ନି କୁମାର ପ୍ରଧାନ,ଶ୍ରୀ ଘାସିରାମ୍ ଦାଶ ଓ ଶ୍ରୀ ଭିଖାରି ଚରଣ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଥମେ ଅନୁଷ୍ଠାନର ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ସୁନା ଓ  ସଦସ୍ୟ ଉପଦେଷ୍ଟା  ଭବାନୀ ଶଙ୍କର ପାଢ଼ୀ, ଶ୍ରୀ ଉତ୍ପନ୍ନ କୁମାର ଭୋଇ ଓ ଶ୍ରୀ ରୁଦ୍ରନାରାୟଣ ସାହୁ, ମା ସମଲେଶ୍ଵରୀ ଓ ଡକ୍ଟର୍ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜା କରି ଆନୁଷ୍ଠାନିକ ଭାବେ ରକ୍ତ ଦାନ୍ ଶିବିର କୁ ଉଦଘାଟନ କରିଥିଲେ।   ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ସୁନାଙ୍କର ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପ୍ରଥମେ ତିନି ଜଣ ଗୁରୁ ଙ୍କ ପାଦ ଧୋଇ ପୂଜା କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଉପଢୌକନ ତଥା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।  ତିନି ଜଣ ଗୁରୁ ,ଗୁରୁ ଦିବସ ର ଗୁରୁତ୍ଵ ତଥା ରକ୍ତ ଦାନ୍ ର ମହତ୍ବ କୁ  ବୁଝେଇ ଥିଲେ। ବରଗଡ ରକ୍ତ ଭଣ୍ଡାର୍ ର କର୍ମକର୍ତ୍ତା  ଅମରଜିତ ମହାନ୍ତି  ଶ୍ରିବତ୍ସ ସେଠ, ଭୁବନ ପଧାନ ଓ ବୁର୍ଲା ରକ୍ତ ଭଣ୍ଡାର୍ ର ଡାଃ ମନମନ୍ତ ଦାଶ , ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ଜନକ ବେହେରା ଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ତଥା ମାନପତ୍ର ଦେଇ ମୁଖ୍ୟ ଅତିଥି ମାନେ ସମ୍ମାନିତ କରିଥିଲେ।ସଭାଟିକୁ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା। ରକ୍ତ ଦାନ ଶିବିରରେ ୬ ଜଣ ମହିଳା ସମେତ ୩୬ ଜଣ ପୁରୁଷ କୁ ନେଇ ସର୍ବମୋଟ୍ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋପି ମେହେର, ଘନସ୍ଯାମ ଅଗ୍ରୱାଲ, ବିରେନ୍ଦ୍ର ଭୋଇ, ବଂଶିଧର ବେହେରା, ମହେନ୍ଦ୍ର ସେଠ, ଘଡି ବେହେରା, ଭିଷ୍ମସିଂ ଛନ୍ଦ, ରଜତ୍ ପାତ୍ର, ନରେନ୍ଦ୍ର ଭୋଇ, ଲଲିତ୍ ସାହୁ, ଭିମ ଦୁବସାଗର୍ ଶେଷଦେବ କର୍ଣ୍ଣ, ସେବା ପରିବାର, ମାହେଶ୍ୱରୀ ସେନା, କୋସଲ୍ ସେନା ଓ କୃଷକ ସଂଗଠନ ଭେଡେନ ସଂପୂର୍ଣ୍ଣ ଭାବେ ରକ୍ତଦାନ ଶିବିରକୁ ପରିଚାଳନା ରେ  ସହଯୋଗ  କରିଥିଲେ।, ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୬/୯/୨୦୨୫---୬,୨୫ Sakhigopal News,6/9/2025

ads

Blog Archive

Popular Posts