ads

Breaking News

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଶିକ୍ଷକ ଓ ଶିକ୍ଷାବିତ୍


ଡେଲାଙ୍ଗ -ଗୁରୁ ଦିବସ ପାଳନ ଅବସରରେ ଡେ଼ଲାଙ୍ଗ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ବେହେରା ଓ ଡେ଼ଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ସମ୍ବନ୍ଧିତ କରାଯାଇଛି।।ଡେ଼ଲାଙ୍ଗ ହାଟ ସ୍ଥିତ ପ୍ରାଥମିକ ଶିକ୍ଷକ ସଂଘ ଗୃହ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ଗୁରୁ ପୂଜନ ଉତ୍ସବରେ ଶିକ୍ଷାବିତ୍  ପ୍ରହଲ୍ଲାଦ ସ୍ଵାଇଁ  ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବର୍ତ୍ତମାନର ଡେ଼ଲାଙ୍ଗ ବିଇଓ ଶତୃଘ୍ନ ବେହେରା, ପୂର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା, ଏବିଇଓ ଶ୍ୟାମସୁନ୍ଦର ଦାସ,ଶିକ୍ଷାବିତ୍ କୈଳାସ ଚନ୍ଦ୍ର ରଥ, ଉଦୟନାଥ ମେଣ୍ଟା  ପ୍ରମୁଖ ଯୋଗଦେଇ ସମାଜ ଆକାଶର ପୁନେଇଁ ଜହ୍ନ ମ ହିଁ ଗୁରୁ ବୋଲି  କହିଥିଲେ। ଏଥିରେ ଶିକ୍ଷାବିତ୍ ଅନନ୍ତ ସାହୁ, ପ୍ରମୋଦ ମିଶ୍ର, ଗୋପାଳ ମହାପାତ୍ର,ପରିବେଶପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ନେତା ମିଟୁକିଶୋର ପ୍ରଧାନ, ସିଂହ ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବି ବସନ୍ତ ଦାସ , ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ଶିକ୍ଷକ ନେତା ପବିତ୍ର ଜେନା,ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାୟକ , ଗଙ୍ଗାଧର ମଲ୍ଲିକ ,ପ୍ରଧାନ ଶିକ୍ଷକ ତଥା ସଙ୍ଗଠକ ସନ୍ତୋଷ କୁମାର ମିଶ୍ର, ସିଆରସିସି ଅଭିମନ୍ୟୁ ପ୍ରଧାନ, ପ୍ରଦୀପ୍ତ ବଳିୟାର  ସିଂ ,ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ସେଠୀ, ରବିନ୍ଦ୍ର ବେହେରା,ଅଭୟ ରଥ, ତ୍ରିନାଥ ସେଠୀ ,ଅଭୟ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ,ନାରାୟଣ ବରାଳ ,କବି ତଥା ପ୍ରଧାନ ଶିକ୍ଷକ ପ୍ରଭାତ ସେଠୀ, ପୁଷ୍ପ ରଞ୍ଜନ ନାୟକ,କବୟିତ୍ରୀ ସରୋଜିନୀ ଜେନା, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ,ରମେଶ ଚନ୍ଦ୍ର ବଳବନ୍ତରାୟ ,ଶିକ୍ଷୟିତ୍ରୀ ମମତା ପ୍ରଧାନ, ଯୋଗ ଦେଇ ଶିକ୍ଷକ ଜାତି ଏକଜୁଟ ହୋଇ ଶିକ୍ଷାକୁ ଆଗେଇ ନେବା ସହ ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ସଚେତନ ରହିବାକୁ ଆହୁନ ଦେଇ  ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବେହେରାଙ୍କ ଅମାୟିକ ଆଚାର,, ନିଷ୍କପଟ ଚରିତ୍ର ସମସ୍ତଙ୍କର ମନେ ରହିବ ବୋଲି କହିଥିଲେ। ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ମଞ୍ଚ ସଂଯୋଜନା କରିଥିଲେ।ଶିକ୍ଷକ ସଂଘ ତରଫରୁ ତାଙ୍କୁ ମାନପତ୍ର ଓ ବିଭିନ୍ନ ବିଦ୍ୟାଳୟ ତରଫରୁ ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସସମ୍ମାନେ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଡେ଼ଲାଙ୍ଗ ବ୍ଲକ୍ ର ଅରାଗଡ, ମୋଟରୀ, ଜଗଦଳପୁର,ବେଲପଡା,ଗଣ୍ଡପଡା ଆଦି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଛାତ୍ର ଓ ଶିକ୍ଷକ ସମାଜର ପ୍ରିୟପାତ୍ର ଥିଲେ। ଗଣ୍ଡପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ହରିଚନ୍ଦନ, ଶରଳା ଦଳାଇ,ସଞ୍ଜୁକ୍ତା ନାୟକ, ଶିକ୍ଷକ ଗୋପାଳ ବେହେରା , ଫକିର ଚନ୍ଦ୍ର ଦାସ,ହରି ପାତ୍ର, ବିଜୟ ମହାପାତ୍ର,ସଦାଶିବ ବିଶ୍ବାଳଙ୍କ ସହ ଅନ୍ୟ ମାନେ ଏଥିରେ ଯୋଗ ଦେଇ ଥିଲେ।ପବିତ୍ର ଗୁରୁ ଦିବସ ଅବସରରେ ଶିକ୍ଷକ ସଂଘ ତରଫରୁ ମଧ୍ୟ ଡେଲାଙ୍କ ବିଇଓ ଶତୃଘ୍ନ ବେହେରାଙ୍କୁ ତାଙ୍କର ଅମାୟିକ ବ୍ୟକ୍ତିତ୍ଵ ପାଇଁ ତାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ମାଙ୍ଗୁପଡା ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୯/୨୦୨୫----୬,୧୫ Sakhigopal News,6/9/2025

ads

Blog Archive

Popular Posts