ads

Breaking News

ଶରତ ପାଇକରାୟ ଷ୍ଟାଡିୟମ କାହା ସ୍ଵାର୍ଥେରେ ; କ୍ରୀଡାର ବିକାଶ ପାଇଁ ନା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ ପାଇଁ


ଜଟଣୀ -:ସହରରେ  ଖେଳର ନାହିଁ ବିକାଶର ଭିତ୍ତିଭୂମି l ଖେଳାଳିଙ୍କ ଅଭ୍ୟାସ ପାଇଁ ନାହିଁ ଉଦ୍ଧିଷ୍ଟ ଖେଳ ପଡିଆ l ୨୦୦୯ ମସିହାରେ ପୂର୍ବତନ ବିଧାୟକ ସ୍ବର୍ଗତ ଶରତ ଚନ୍ଦ୍ର ପାଇକରାୟ ପ୍ରାଣନାଥ ଉଚ୍ଚବିଦ୍ୟାଳୟ ନାମରେ ଥିବା ଜମିରେ ନିଜ ନାମରେ ପ୍ରତିଷ୍ଠା କରିଥିଲେ" ଶରତ ପାଇକରାୟ ଷ୍ଟାଡିୟମ" l ଏହି ଷ୍ଟାଡିୟମ ନିର୍ମାଣରେ ପୂର୍ବତନ ବିଧାୟକ ଏବଂ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏବଂ ସରକାରୀ ଅନୁଦାନ ବ୍ୟୟ କରାଯାଇଥିଲା l ଷ୍ଟାଡିୟମ ପରିସରରେ କାର୍ଯ୍ୟାଳୟ ଏବଂ ଖେଳାଳି ମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ପ୍ରକୋଷ୍ଠ ନିର୍ମାଣ କରାଯାଇଥିଲା l ପ୍ରଥମେ ଏହି ଷ୍ଟାଡିୟମରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l କ୍ରୀଡ଼ାବିତ, ଯୁବଗୋଷ୍ଠୀ ଏବଂ ବରିଷ୍ଠ ନାଗରିକ ମାନେ ସକାଳ ଏବଂ ସନ୍ଧ୍ୟା ହେଲେ ପଡିଆରେ ନିଜର ସ୍ୱାସ୍ଥ୍ୟ ପାଇଁ ଭ୍ରମଣ କରୁଥିଲେ l ୨୦୧୩ ମସିହାରେ ଏହି ପଡିଆରେ  କିଛି ଯୁବ ଗୋଷ୍ଠୀ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଅନୁମତି ପତ୍ର ଆଣି ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ସମୟରେ ଏହି ଷ୍ଟାଡିୟମରେ ୧୧ ଦିନ ଧରି ଗଣେଶମୋହୋତ୍ସବ ଅନୁଷ୍ଠିତ କରାଯାଇଥିଲା l ମିନବଜାର, ଯାତ୍ରା ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସହ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା l ଧୀରେ ଧୀରେ ଏହି ଗଣେଶ ମହୋତ୍ସବ ପାଇଁ ବିଗତ ଦିନରେ ୨ ଗୋଷ୍ଠୀ ମଧ୍ୟରେ ଜମି ଅଧିକରଣ ପାଇଁ ପ୍ରତିଯୋଗିତା ଲାଗି ଶେଷରେ ମାମଲା ଯାଇ ଉଚ୍ଚ ନାୟାଳୟରେ ବିଚାରଧୀନ ଅବସ୍ଥାରେ ।  ବିଗତ ୪/୫ ବର୍ଷ ଷ୍ଟାଡିୟମରେ ମହୋତ୍ସବ ବନ୍ଦ ହୋଇଥିଲା l  ଷ୍ଟାଡିୟମରେ ମହୋତ୍ସବ ହେବା ଦିନଠାରୁ ଖେଳପଡିଆର ରୂପରେଖ ସମ୍ପୂର୍ଣ ବଦଳି ଯାଇଛି l ମହୋତ୍ସବ ସରିଲାପରେ କର୍ମକର୍ତ୍ତାମାନେ ନିଜ ନିଜର ସ୍ୱାର୍ଥରେ ଅନ୍ଧ ହୋଇ ଖେଳପଡିଆର ପୁନଃରୁଦ୍ଧାର କଥା ଭୁଲି ଯାଉଛନ୍ତି l ଯାହା ଫଳରେ ଆଜି ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଖେଳ ପଡିଆ ସମ୍ପୂର୍ଣ ଦୟନୀୟ ଅବସ୍ଥାରେ ପଢି ରହିଛି l ଚଳିତ ବର୍ଷ ପୂବର୍ବାର ଗଣେଶ ପୂଜାରେ ମିନାବଜାର ପାଇଁ ପୂଜା ପୂର୍ବରୁ ପରିତ୍ୟକ୍ତ ହୋଇ ପଡିରହିଥିବା ଷ୍ଟାଡିୟମ ପ୍ରକୋଷ୍ଠ ଗୁଡିକୁ ପୁନଃ ଉଦ୍ଧାର କରାଯାଇଥିଲା l ବର୍ତ୍ତମାନ ଏହା ନିଜସ୍ୱ ସ୍ୱାର୍ଥ ପାଇଁ ବ୍ୟବହାର ଉପଯୋଗୀ l ସମସ୍ତ ଖେଳାଳି ଏଥିରୁ ବଂଚିତ l ଷ୍ଟାଡିୟମ ପାଲଟିଛି ଟାଙ୍ଗରା ପଡିଆ l ପଡିଆ ଚାରିପଟ ଅନାବନା ଗଛ ସାଙ୍ଗକୁ ଖାଲଖମାରେ ପରିପୂର୍ଣ  l କିନ୍ତୁ ପବିତ୍ର ରଥଯାତ୍ରାରେ କଳିଙ୍ଗ ଯୁବ ପରିଷଦ ତରଫରୁ ଶରତ ପାଇକରାୟ ଷ୍ଟାଡିୟମରେ ପୁନର୍ବାର ଚଳିତ ବର୍ଷ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ କରାଯାଇ "ମିନାବଜାର"ଅନୁଷ୍ଠିତ କରାଗଲା l ଏଠି ପ୍ରଶ୍ନ ଉଠେ ଷ୍ଟାଡିୟମ ସହରର ସମୂହ ସ୍ୱାର୍ଥ ପାଇଁ ନା ବ୍ୟକ୍ତିଗତ ସଂଘଠନର ସ୍ୱାର୍ଥ ପାଇଁ ? ଏହି ଷ୍ଟାଡିୟମର ପରିସରକୁ ଲାଗି ତିନି ତିନୋଟି ଶିକ୍ଷାନୁଷ୍ଠାନ ଯାହା ଫଳରେ କୌଣସି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ହେଲେ ଶବ୍ଦ ପ୍ରଦୂଷଣ ହୋଇ ଅଧୟନ ରତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ବାଧା ଉପୁଜେ l ସହରରେ ଥିବା ଅନେକ ସାମାଜିକ ଅନୁଷ୍ଠାନ କଥା ଚିନ୍ତା କରିବା ତେବେ ଜଟଣୀରେ ଖେଳର ବିକାଶ ତଥା ଅନ୍ୟାନ ଉନ୍ନତି ମୂଳକ ବିକାଶ ପାଇଁ ଚିନ୍ତା ନ କରି ନିଜ ନିଜର ସ୍ୱାର୍ଥ ପାଇଁ ଦୌଡୁଛନ୍ତି ଅନୁଷ୍ଠାନ l କେବଳ ଗଣେଶ ପୂଜା ଆସିଲେ ନିଜ ସ୍ୱାର୍ଥରେ ସମୂହ ସ୍ୱାର୍ଥକୁ ବଳି ପକାଇ ଗଣେଶ ମହୋତ୍ସବ ପଛରେ ପଡୁଛନ୍ତି l ଜଟଣୀ ସହରର ଏକମାତ୍ର ଏହି ଷ୍ଟାଡିୟମର ବିକାଶ ଏବଂ କ୍ରୀଡ଼ାବିତଙ୍କ କ୍ରୀଡାଭ୍ୟାସ ଓ ଖେଳର ବିକାଶ କରିବା ନିମନ୍ତେ କାହାର ଚିନ୍ତା ନାହିଁ l ଭୂମି ପୂଜନରେ ନେତା ଆସିଲେ ଭାଷଣ ବାଜି କରି ଚାଲିଗଲେ l ଜଟଣୀର ବିକାଶ ତଥା ଖେଳର ଖେଳାଳିଙ୍କ ବିକାଶ କଥା ଚିନ୍ତା କରୁଛି କିଏ? । ତେଣୁ ସ୍ଥାନୀୟ ବୁଦ୍ଧିଜୀବୀମାନେ  ଏହି ଷ୍ଟାଡିୟମର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ନିକଟରେ ଦାବି  ହୋଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୨/୯/୨୦୨୫---୯,୧୦ Sakhigopal News,12/9/2025

ads

Blog Archive

Popular Posts