ads

Breaking News

ମା' ପାଇଁ ଗଛ ଟିଏ, କୁଲାଡ ପଞ୍ଚାୟତର ସବୁଜ ରଥକୁ ଉଦଘାଟନ କଲେ ବିଧାୟକ


ଭଞ୍ଜନଗର - "ମା' ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ 
 ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପ୍ରତି ପଞ୍ଚାୟତକୁ ଚାରା ବଣ୍ଟନ କାର୍ଯ୍ୟ ଶେଷ ହୋଇଛି । ଶେଷ ଦିନରେ ମୁଜାଗଡ ବନାଞ୍ଚଳ କୁଲାଡ଼ ସେକେସନ୍ ତଥା କୁଲାଡ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ମା" ଭୂଇଁଆଣିଙ୍କ ପୀଠରେ  ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ସୁବୁଜ ରଥକୁ  ପତକା ଦେଖାଇ ଶୁଭାରମ୍ଭ   କରିଥିଲେ ।  ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ, "ମା' ପାଇଁ  ଗଛଟିଏ" ଅଭିଯାନରେ ସମୁଦାୟ ରାଜ୍ୟରେ ଲାଗିବ ୭୫ ଲକ୍ଷ ଚାରା । ସେହିଭଳି ଭଂଜନଗର ନିର୍ବାଚନ ମଣ୍ଡଳୀର ୬୧ ଟି ପଞ୍ଚାୟତରେ ଲାଗିବ, ୩୦ ହଜାର ୫ ଶହ ଚାରା । ଏନେଇ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ଚାରା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇ ଅନ୍ତିମ ଦିନରେ ମୁଜାଗଡ ବନାଞ୍ଚଳର କୁଲାଡ ମା ଭୂଇଁଆଣି ପିଠରେ ମା" ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା।  ଆଜିର ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ  ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ  ଉପସ୍ଥିତ ଥିବା ମା" ମାନଙ୍କୁ ଚାରା ବଣ୍ଟନ କରିଥିଲେ । ଏହାପରେ  କାର୍ଯ୍ୟକ୍ରମକୁ ବନଖଣ୍ଡିୟ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ  ପତାକା ଦେଖାଇ ସବୁଜ ରଥ ର ଶୁଭାରମ୍ଭ କରିଥିଲେ । ଶେଷ ଦିନରେ କୁଲାଡ଼ ପଞ୍ଚାୟତକୁ ୫୦୦ ଚାରା ପଠାଯାଇଥିଲା ।  ଏହା ସହ ସଂପୃକ୍ତ ଦିନ ବନବିଭାଗ ପକ୍ଷରୁ ମଧ୍ୟ ୩୪ ଟି ସ୍ଥାନରେ ୪୨ ହଜାର ଚାରା, ବନବିଭାଗ ପକ୍ଷରୁ ରୋପଣ କରାଯିବ ବୋଲି ଡିଏଫଓ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫଓ ବିବେକ୍ ଦାସ୍, ବିମଳ ପ୍ରଧାନ, ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ବନପ୍ରେମି  ଲୋକନାଥ ଆଚାର୍ଯ୍ୟ, ବନପାଳ ଶରତ ଚନ୍ଦ୍ର   ମହାନ୍ତି , ଯୁବସଙ୍ଗଠକ ବ୍ରହ୍ମାନନ୍ଦ ଦାଶ,ଦେବୀ ପ୍ରସାଦ ସାହୁ,ପ୍ରମୁଖ ଯୋଗ ଦେଇଥିଲେ।  କାର୍ଯ୍ୟକ୍ରମରେ କୁଲାଡ ସେକସନର ବିଭିନ୍ନ ବନସୁରକ୍ଷା ସମିତି ରୁ ଆସିଥିବା ପୁରୁଷ ଓ ମହିଳା ସଦସ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ  ବନରକ୍ଷୀ ମାନସ ରଂଜନ ପାତ୍ର ଓ ସ୍କ୍ବାର୍ଡ ପ୍ରମୁଖ ପରିଚାଳନା ରେ ସହଯୋଗୀ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୦/୯/୨୦୨୫----୧୦,୨୫ Sakhigopal News,10/9/2025

ads

Blog Archive

Popular Posts