ଗଣେଶଙ୍କ ୬୦ କିଲୋ ଲଡୁ ନିଲାମ
ଜଟଣୀ :-ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ସ୍ଥାନୀୟ ମୋ ଜଟଣୀ ପୋଷ୍ଟ ଅଫିସ ଛକ ପୂଜା କମିଟି ତରଫରୁ ୬୦ କେଜି ଗଜାନନଙ୍କ ଲଡୁ ର ନିଲାମ ହୋଇଥିଲା l ପୂଜା କମିଟିର ସଭାପତି ହେମନ୍ତ କୁମାର ସୁନ୍ଦରାୟ ଅଧକ୍ଷତାରେ ଏହି ନିଲାମ ଆରମ୍ଭ ହୋଇଥିଲା l ଏହି ନିଲାମ ରେ ପୂଜା କମିଟିର ସଦସ୍ୟ କମିଟି ସମ୍ପାଦକ ମାନସ ମିଶ୍ର,କୋଷାଧକ୍ଷ ଅକ୍ଷୟ କୁମାର ବଳିଆର ସିଂ, ଅରୁଣ କୁମାର ଜେନା, ପ୍ରଣବ କୁମାର ପଟ୍ଟନାୟକ ପ୍ରମ୍ମୁଖ ଭାଗ ନେଇଥିଲେ l ଏହି ନିଲାମରେ ସ୍ଥାନୀୟ ସନ୍ତୋଷ ସ୍ୱିଟ୍ସ ର ମାଲିକ ରବୀନ୍ଦ୍ର କୁମାର ନାୟକ ୭୧ ହଜାର ୫୦୦ ଟଙ୍କାରେ ନିଲାମ ଡାକି ପ୍ରଭୁ ଗଜାନନ ଆଶ୍ରିବାଦ ଲାଭ କରିଥିଲେ l ବିଶ୍ୱାସ ଅଛି ଯେଉଁ ବ୍ୟକ୍ତି ଗଜାନନଙ୍କ ଲଡୁ ନିଲାମ ଧରନ୍ତି ସେହି ବ୍ୟକ୍ତି ପ୍ରଭୁଙ୍କ ଆଶ୍ରିବାଦରେ ଜୀବନରେ ଉତ୍ତରତ୍ତର ଉନ୍ନତି ଲାଭ କରନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୯/୨୦୨୫---୭,୪୫ Sakhigopal News,7/9/2025


