ads

Breaking News

ଗୁରୁଦିବସରେ ଗୁରୁ ପୂଜନ ଗୁରୁ ବନ୍ଦନାରେ ହସିଉଠିଲା ବିଦ୍ୟାଳୟ


ଡେଲାଙ୍ଗ - ଭାରତ ବର୍ଷର ମହାନ୍ ଗୁରୁ, ଦାର୍ଶନିକ, ବିଶ୍ଵ ବିଦ୍ୟାଳୟ କୁଳପତି,ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୭ତମ ଜୟନ୍ତୀ ଅବସରରେ ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଗୁରୁ ପୂଜନ , ଆଜିର ସମାଜ ଓ ତତ୍କାଳୀନ ସମାଜରେ ଗୁରୁ ଶିଷ୍ୟ ସମ୍ପର୍କ ,ଭାରତର ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ  ହୋଇଥିଲା ଏକ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ଅତିଥିଭାବେ  ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜସେବୀ ଅନାମ ମଲ୍ଲିକ ଯୋଗ ଦେଇ ପ୍ରାଚୀନ ଗୁରୁ ଶିଷ୍ୟ ଦ୍ରୋଣ ଏକଲବ୍ୟ,କର୍ଣ୍ଣ ପର୍ଶୁରାମ , ଉପମନ୍ୟୁ ଚରିତ, ରାମକୃଷ୍ଣ ପରମହଂସ  ଭିବେକାନନ୍ଦ ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ମହନୀୟ ଜୀବନ ଦର୍ଶନ ଏ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଗୁରୁଙ୍କ ଆଶୀର୍ବାଦ ହିଁ ଶିଷ୍ୟ ଶିଷ୍ୟାଙ୍କ ପାଇଁ ଶ୍ରେଷ୍ଠ ମହୌଷଧି , ଶ୍ରେଷ୍ଠ ଅମୃତ  ବୋଲି ବର୍ଣ୍ଣନା କରି  ମତ ପ୍ରକାଶ କରିଥିଲେ।  ଗୁରୁଜନଙ୍କ ମହତ୍ କଥା ମାନି ଜୀଵନ ସତ ମାର୍ଗରେ ଗଢ଼ିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ଯଥା ରୀତି  ଗୁରୁ ବନ୍ଦନା ଗାନ ଓ ଗୁରୁ ପୂଜା କରାଯାଇଥିଲା। ଛାତ୍ର ଛାତ୍ରୀ ସିମରନ୍ ଆସୀନ୍,ସୋନିଆ ଅନ୍ସାରୀ, ଆଶୁତୋଷ ସାମନ୍ତରାୟ, ଆଦ୍ୟ ଅଭିପ୍ସା, ଆୟୁଷ୍ମାନ ବିଶ୍ବାଳ , ବିଜୟଲକ୍ଷ୍ମୀ ବେହେରା, ଧର୍ମେଶ ବେହେରା ବକ୍ତବ୍ୟରେ ଗୁରୁଙ୍କ ଅପାର ମହିମା କଥା କହିଥିଲେ। ବିଦ୍ୟାଳୟର ଗୁରୁଜୀ ଗୁରୁମା ଟିକେଇ ଦଳାଇ, ଅଜୟ କୁମାର ପ୍ରଧାନ, ପାପ୍ଲିନ୍ ପ୍ରଧାନ, ସତ୍ୟଭମା ବେହେରା, ପ୍ରିୟତ୍ତମା ସାହୁ ଓ ରୋଜାଲିନ ମହାରଣା ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୯/୨୦୨୫-- ୬,୧୦ Sakhigopal News,6/9/2025-

ads

Blog Archive

Popular Posts