ଜାେନାଲସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ମୁଜାଗଡ ପଞ୍ଚାୟତରେ ଥିବା ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଜାଗଡ ପରିସର ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ଯକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥ୍ମାନଙ୍କ ମଧ୍ୟରେ ତଳଜିବୀକା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କେଦାରନାଥ ସେଠୀ, ଗାଲେରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଏବଂ ସତ୍ୟନାରାୟଣ ଶତପଥ୍, ମୁଜାଗଡ଼ କ୍ଲଷ୍ଟର ସିଆର୍ ସିସି ଶ୍ରୀ ସୁଶାନ୍ତ କୁମାର ସାହୁ ଏବଂ ବ୍ଲକ କ୍ରୀଡ଼ା ସଂପାଦକ ଶ୍ରୀ ଆଲୋକ ସ୍ବାଇଁ ଉପସ୍ଥିତ ଥିଲେ । ଜୋନାଲ ସ୍ତରୀୟ ଏହି ପ୍ରତିଯୋଗିତାରେ ମୁଜାଗଡ଼ ସମେତ ଛ ଗୋଟି କ୍ଲଷ୍ଟରର ୩ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରବୀଣ କୁମାର ଖାଡ଼ଙ୍ଗାଙ୍କ ତତ୍ତ୍ୱାବଧାନରେ ବ୍ଳକର ସମସ୍ତ କ୍ରୀଡ଼ା ଶିକ୍ଷକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଅନୁରୋଧ କ୍ରମେ କବିସମ୍ରାଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀ ପି. ଆନନ୍ଦ ରାଓ ଏବଂ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ଗୌଡ଼ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଦୁଇ କ୍ରୀଡ଼ା ଶିକ୍ଷକଙ୍କ ପରିଚାଳନାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବ୍ଳକ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଭଞ୍ଜନଗର ବିଇଓ ଶ୍ରୀମତୀ ଲୋପାମୁଦ୍ରା ରଥ ଏବଂ ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମଦନମୋହନ ରଥ ଏବଂ ଶ୍ରୀ ଉମାକାନ୍ତ ନାହକ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରାଣୀ ଦାସ। ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟୟାପକଅଧ୍ୟାପିକା ତଥା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ I ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୯,୪୫ Sakhigopal News,5/9/2025


