ads

Breaking News

ସାକ୍ଷୀଗୋପାଳ କଲେଜରେ ନୂତନ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମାରୋହ



ସାକ୍ଷୀଗୋପାଳ - : ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ ଉତ୍ସବ ପାଳିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ପୁଷ୍ପମିତ୍ରା ପଟ୍ଟନାୟକ  ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। ସେହିପରି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରତ୍ନାକର ସାହୁ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ଏକ ସୁନାଗରିକ ହୋଇ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଥିଲେ। ବିଭାଗର ଅନ୍ୟ ଅଧ୍ୟାପକ ବୈକୁଣ୍ଠ  ମେହେର "ଗୁରୁ ଦକ୍ଷିଣା ହେଉଛି ଛାତ୍ରଛାତ୍ରୀମାନଙ୍କ ଗୁରୁଙ୍କ ପ୍ରତି ସମ୍ମାନ ତଥା ସେମାନଙ୍କର ସଫଳତା " ବୋଲି ନିଜ ଅଭିଭାଷଣରେ କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ   ନବାଗତ ପିଲାମାନଙ୍କୁ ବିଭାଗ ତରଫରୁ ସ୍ୱାଗତ କରାଯାଇଥିଲା। ଶେଷବର୍ଷର ଛାତ୍ରୀ ସୋନା, ଶ୍ରଦ୍ଧା, ବର୍ଷା ଏବଂ ଛାତ୍ର ଆଶିଷ, ଦ୍ୱିତୀୟ ବର୍ଷର ଛାତ୍ରୀ ଲିପ୍ସା ଏବଂ ଛାତ୍ର ତୁଷାର ସେମାନଙ୍କ କଲେଜ ଅନୁଭୂତି ବିଷୟରେ ନୂତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ସ୍ୱମତ ଉପସ୍ଥାପନା କରିଥିଲେ। ମହାବିଦ୍ୟାଳୟରେ ଏକ  ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ତଥା ଏକ ଶୃଙ୍ଖଳିତ  ଛାତ୍ରରେ ପରିଣତ ହେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ ତରଫରୁ ଏକ ଶପଥ ପାଠ କରାଯାଇଥିଲା।ବିଭାଗୀୟ ଅଧ୍ୟାପକ ବୈକୁଣ୍ଠ ମେହେର କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିବାବେଳେ ଅଧ୍ୟାପକ ଅମରନାଥ ପାଲ୍ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୯/୨୦୨୫----୯,୩୫ Sakhigopal News,12/9/2025

ads

Blog Archive

Popular Posts