ପରିବେଶ ସୁରକ୍ଷା ସଚତନତା ଶିବିର ଅନୁଷ୍ଠିତ
ସତ୍ୟବାଦୀ ଅଞ୍ଚଳର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ , ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ, ପରିବେଶ ବନ୍ଧୁ, ଓଡ଼ିଶା ସଂଗଠନ ତରଫରୁ , ପରିବେଶ ସୁରକ୍ଷା ସଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର କର୍ମ କର୍ତ୍ତା ମାନେ ଭିଡିଓ ଓ ପୋଷ୍ଟର ମାଧ୍ୟମରେ ପରିବେଶ କିପରି ଦୂଷିତ ହେଉଛି ତାହା ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ବୁଝାଇ ଥିଲେ। ପ୍ଲାଷ୍ଟିକ ର ବ୍ୟବହାର ପରିବେଶ ନଷ୍ଟ ର ମୁଖ୍ୟ କାରଣ, ତେଣୁ ପ୍ଲାଷ୍ଟିକ ବର୍ଜନ ବା କମ୍ ବ୍ୟବହାର ପାଇଁ ସଚେତନ ର ବାର୍ତ୍ତା ପ୍ରଦାନ କରିଥିଲେ। ଦୁଇ ବିଦ୍ୟାଳୟ ରେ ୧୦ ଗୋଟି ଫଳ ଗଛ , ତାର ବାଡ ସହିତ ରୋପଣ କରା ଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ। ଏଥିରେ ପରିବେଶ ବନ୍ଧୁ ସଂଗଠନ ର ସଭାପତି ତଥା କୀଟ କଲେଜ ଚେୟାରମେନ ଚିତ୍ତରଞ୍ଜନ ମିଶ୍ର, ଦେବେନ୍ଦ୍ର ସାମଲ, ହେମନ୍ତ କୁମାର ଜେନା, ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର, ହର୍ଷ ବର୍ଦ୍ଧନ ଉଦଗାତା, ଅବସର ପ୍ରାପ୍ତ ବନ୍ ସଂରଖ୍ୟ କ, କୃଷ୍ଣ ନାୟକ , ସାମାଜିକ କର୍ମୀ, ସତ୍ୟବାଦୀ ଦାସ, ବିଜୟ କୁମାର ପରିଡ଼ା, ନବଘନ ଶତପଥୀ ଓ ଚକ୍ରଧର ମହାରଣା ଯୋଗଦେଇଥିଲେ। ଦୁଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ କର ସଭାପତିତ୍ବ କରିଥିଲେ।


