ads

Breaking News

ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ

 
ଜଟଣୀ ----- ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଞ୍ଚ ପରିସରରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ଭକ୍ତବନ୍ଧୁ ଚୌଧୁରୀ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ଯୁକ୍ତ ପ୍ରହଲ୍ଲାଦ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ। ଜଟଣୀ କେଦାରେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟ କ୍ରମ କୁ ସାଫଲ୍ୟ ମଣ୍ଡିତ କରିଥଲେ। ମଞ୍ଚର ବହୁ ସଦସ୍ୟ ଯଥା ସମ୍ପାଦକ ସଚ୍ଚିଦାନନ୍ଦ ପଟ୍ଟନାୟକ, ସତ୍ୟବାଦୀ ସାହୁ, ପଦ୍ମନାଭ ପାଣିଗ୍ରାହୀ, ବ୍ରଜବନ୍ଧୁ ନାୟକ, ସୁରେଶ କୁମାର ଷଡଙ୍ଗୀ, ସୁଦର୍ଶନ ମହାପାତ୍ର, ଅରୁଣ କୁମାର ମହାନ୍ତି, ପ୍ରଭାସ ମଙ୍ଗରାଜ, ପଦ୍ମଲୋଚନ ସାହୁ, ଡମ୍ବରୁଧର ସାହୁ ପ୍ରଭୃତି ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ। ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଭାରତ ମାତା କି ଜୟ ଧ୍ୱନୀରେ ପରିସର ପ୍ରକମ୍ପିତ ହୋଇଥିଲା। ସଭାପତି ସମସ୍ତଙ୍କୁ ଉକ୍ତ ଦିବସର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥଲେ। ପରିଶେଷରେ ସମସ୍ତଙ୍କୁମିଷ୍ଟାନ୍ନ ବଣ୍ଟନ ପୂର୍ବକ ଆପ୍ୟାୟିତ କରାଯାଇଥିଲା। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୪----୭,୪୫  Sakhigopal News,15/8/2024

ads

Blog Archive

Popular Posts