ads

Breaking News

ସାକ୍ଷୀଗୋପାଳ ମନ୍ଦିରର ୨୫ ଜଣ ସେବାୟ୍‌ତଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ ସହାୟତା ମିଳିଲା


 ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସେବାୟତଙ୍କୁ ବୁଧବାର ସ୍ଥାନୀୟ ପାନ୍ଥଶାଳା ପରିସରରେ କୋଭିଡ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଧାୟତ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ଉମାକାନ୍ତ ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂଜାପଣ୍ଡା, ସିଂହାରୀ, ମେକାପ, ପାଳିଆପତ୍ରୀ, ସୁପକାର, ପାଳିଆ ସୁପକାର, ପଡି ସୁଆର, ଆପଟ ସହ ଠାକୁରଙ୍କ ସେବାରେ ନିୟୋଜିତ ସମସ୍ତ ସେବାୟତ ମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ । ୨୨୧ ଜଣ ସେବାୟତଙ୍କ ମଧ୍ୟରୁ ଆଜି ପ୍ରଥମ ଦିନରେ ୨୫ ଜଣ ସେବାୟତଙ୍କୁ ୨୬୨୮ ଟଙ୍କା କୋଭିଡ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ତହସିଲଦାର ମନୋଜ ନାୟକ, ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ ପଣ୍ଡାଙ୍କ ସହ ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ସଞ୍ଜୟ ନନ୍ଦ, କୋଷାଧ୍ୟକ୍ଷ ଭଗୃଦେବ କୋଠାରୀଙ୍କ ସହ ଆଲୋକ ଖୁଣ୍ଟିଆ, ସନ୍ତୋଷ ମେକାପ, ରାମଚନ୍ଦ୍ର ନନ୍ଦ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ ୨୫ ବର୍ଷ ମଧ୍ୟରେ ସତ୍ୟବାଦୀରେ ଯାହା କିଛି ହୋଇନଥିଲା ଦୁଇ ବର୍ଷ ମଧ୍ୟରେ ତାହା କରାଯିବ ।  ବହୁ ଶିଘ୍ର ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତି ଉଦ୍ଧାର କରିବା ପାଇଁ ଏକ ଖସଡା ପ୍ରସ୍ତୁତି କରାଯାଇଛି , ମନ୍ଦିର ଅଧିନରେ ଥିବା ତିନିଗୋଟି ତୀର୍ଥ ପୁଷ୍କରଣୀ  ପୁନଃ ଉଦ୍ଧାର କରାଯିବ ଓ ମନ୍ଦିର ପକ୍ଷରୁ ନିର୍ମାଣ କରାଯାଇଥିବା  ଶୌଚାଳୟ ଓ ପାନ୍ଥାଶାଳା ପରିଚାଳନା ପାଇଁ ବେସରକାରୀ ସଂସ୍ଥାକୁ ଦେବା ପାଇଁ ବିଧାୟକ କହିଥିଲେ ।  ରେଳଓଭର ବ୍ରିଜ ଏବେ ନିର୍ମାଣ ହେବା ପାଇଁ ସତ୍ୟବାଦୀ ତହସିଲ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜମି ଚିହ୍ନଟ ପ୍ରକିୟା କାର୍ଯ୍ୟ ଆରମ୍ଭ କରାଯାଇଛି ।  ଅନ୍ୟ ସେବାୟତ ମାନଙ୍କୁ ଦୁଇଦିନ ମ୍ମରେ ଏହି ସହାୟତ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ।  ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ସେବାୟତ ରଘୁନାଥ ମହାପାତ୍ର, ଦାଶରଥି ଖୁଣ୍ଟିଆ, ତ୍ରିଲୋଚନ ଖୁଣ୍ଠିଆ,  ରଘୁନାଥ ମେକାପ, ରାମଚନ୍ଦ୍ର ନନ୍ଦ, ବାଲି ନନ୍ଦ, ରବୀନ୍ଦ୍ର ନାଥ ଶତପଥି, ଜଳନ୍ଦର ମହାପାତ୍ର ,ର୍ଦୁଗା ପ୍ରସାଦ ମେକାପ, ଅମିତାଭ ଖୁଣ୍ଠିଆ, ଚିନ୍ତାମଣୀ ନନ୍ଦ  ପ୍ରମୁଖଙ୍କୁ ଅତିଥି ମାନେ କୋଭିଡ ସହାୟତ ରାଶି ଚେକ ପ୍ରଦାନ କରିବା ସହ ଉତ୍ତରୀୟ ଓ ‘ୁଲମାଳ ଦେଇ ସ୍ୱାଗତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସେବାୟତ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ ।

 ସାକ୍ଷୀଗେ।।ଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୧----୯,୩୦

ads

Blog Archive

Popular Posts