ads

Breaking News

ଦୁର୍ଘଟଣା ମୁକ୍ତ ଓଡିଶା ପାଇଁ ଦୌଉଡିଲେ ଅବସରପ୍ରାପ୍ତ ସୌନିକ


ଭୁବନେଶ୍ୱର---- ଦୁର୍ଘଟଣା ମୁକ୍ତ ଓଡିଶା ର ସଚେତନତା ବାର୍ତ୍ତା ନେଇ ରାଜଧାନୀ ଭୁବନେଶ୍ୱର ରୁ  ମାରାଥନ ଆରମ୍ଭ କରିଛନ୍ତି ଭାରତୀୟ ସେନା ର ଅବସରପ୍ରାପ୍ତ ସୌନୀକ ସିଦ୍ଧାର୍ଥ ଶଙ୍କର ଦାଶ । ରାଜ୍ୟ ପରିବହନ କମିଶନ ସଂଜିବ ପଣ୍ଡା ଆଜି ସିଦ୍ଧାର୍ଥଙ୍କ ଏହି ମାରାଥନ ଯାତ୍ରାର ଶୁଭାରମ୍ଭ କରିଥଲେ । ଭୁବନେଶ୍ୱର ରୁ ସିଦ୍ଧାର୍ଥ ଙ୍କ ଯାତ୍ରା ବାହାରି  ପୁରୀ ଅଭିମୁଖେ ଯାଉଥିବା ବେଳେ ପିିପିଲି ଠାରେ ପହଁଚିଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ସଡକ ସୁରକ୍ଷା ଅଭିଯାନ ସଫଳ କରିବା ପାଇଁ ଏହି ଦୌଡ କରୂଛନ୍ତି ବୋଲି କହିବା ସହ ଯୁବକମାନଙ୍କୁ  ସଡ଼କ ସୁରକ୍ଷା ସଚେତନତାରେ ଆହ୍ୱାନ କରିବ ବୋଲି ଶ୍ରୀ ଦାଶ କହିଥିଲେ । ଆଜି ଭୁବନେଶ୍ୱରରୁ ବାହାରି ପିପିଲି ଏବଂ ସତ୍ୟବାଦୀ ପର୍ଯ୍ୟନ୍ତ ମାରାଥନ କରି ପରେ ପୁରୀ, ଗୋପ, ଜଗତସିଂହପୁର, କଟକ, ଚଣ୍ଡିଖୋଲ, ଭଦ୍ରକ,କେନ୍ଦ୍ରାପଡା, ଢେଙ୍କାନାଳ ଏବଂ ଚୈାଦ୍ୱାର ଦେଇ ୧୦ଦିନ ମଧ୍ୟରେ ୫୦୦କିଲମିଟର ଯାତ୍ରା କରିବେ ବୋଲି ଅବସରପ୍ରାପ୍ତ ସୈନୀକ ଦାଶ ସୁଚନା ଦେଇଛନ୍ତି ।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୧/୨/୨୦୨୧-_--୧୦,୫୦

ads

Blog Archive

Popular Posts