ads

Breaking News

ଯୋଗାଣ ଅଫିସ ଭିତରେ ଚାଲିଛି ଭୋଜିଭାତର ଆସର. ପ୍ରଶ୍ନ କରିବାରୁ ଗଣମାଧ୍ୟମକୁ ଆକ୍ରମଣ

ଯାଜପୁର -ଯାଜପୁର  ଜିଲ୍ଲା ମୁଖ୍ୟ ଯୋଗାଣ ଅଫିସ କାର୍ଯ୍ୟାଳୟ ଭିତରେ ଅଫିସ ସମୟରେ ଚାଲିଛି ଭୋଜିଭାତର ଆସର । ବର୍ତମାନ ଜିଲ୍ଲାରେ ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ସମସ୍ୟା ମୁଣ୍ଡ ଟେକି ଥିବା ବେଳେ ଯୋଗାଣ ବିଭାଗର କର୍ମଚାରୀ ଓ ଖୋଦ୍ ଯୋଗାଣ ଅଧିକାରୀ ଭୋଜିଭାତରେ ମସଗୁଲ । କର୍ମଚାରୀ ମାନେ ନିଜ ଅଫିସ କାର୍ଯ୍ୟ ନକରି ରୋଷେଇ କରିବାରେ ବ୍ୟସ୍ତ । କିଏ ରୋଷେଇ କରୁଛି ତ କିଏ ପରିବା କାଟୁଛି । ତାହାରି ଭିତରେ କିଏ ପୁଣି ଚା ତିଆରି କରୁଛି ।  ତେବେ ଆଜି  ଜିଲ୍ଲାରେ ବନ୍ଦ ହେବାକୁ ଥିବା ଯୋଗାଣ ବିଭାଗର ଗୋଦାମ ଗୃହ  ସଂପର୍କରେ ତଥ୍ୟ ମାଗିବାରୁ ଖୋଦ୍ ଯୋଗାଣ ବିଭାଗ ଅଧିକାରୀ  ପ୍ରଭାକର ପାତ୍ର ଭୋଜି ଆସର କାଳେ ଗଣମାଧ୍ୟମ ନଜରକୁ ଆସିଯିବ ସେଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ଯ୍ୟାଳୟରୁ ଧକ୍କା ମାରି ପଦାକୁ ବାହାର କରି ଦେଇଥିଲେ । ଏହାର ଉତର ମାଗିବାରୁ ମୁହଁ ତଳେ କାହିଁକି ମାସ୍କ ରଖିଛ, ସେଥିପାଇଁ ବାରଣ କରିଥିବା ଉତରରେ କହିଛନ୍ତି ଯୋଗାଣ ଅଧିକାରୀ । ହେଲେ ତାଙ୍କ ନିଜ କାର୍ଯ୍ୟାଳୟରେ କର୍ମଚାରୀ ବିନା ମାସ୍କରେ କାର୍ଯ୍ୟ କରୁଥିବା ବେଳେ କିପରି ହଠାତ୍ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରେଶ ମୂଳକ ଭାବେ  ଆକ୍ରମଣ କରିଲେ ଜିଲ୍ଲା ଯୋଗାଣ ଅଧିକାରୀ । ରୋଷେଇ ସଂପର୍କରେ ପଚାରିବାରୁ କୌଣସି ସନ୍ତୋଷ ମୂଳକ ଉତର ରଖିପାରିଲେନି ଯୋଗାଣ ଅଧିକାରୀ । 
ଯାଜପୁର ରୁ ଶିବ କେତନ ମହାନ୍ତିଙ୍କ ରିପୋର୍ଟ, ୨/୨/୨୦୨୧--_--୬,୨୫

ads

Blog Archive

Popular Posts