ads

Breaking News

ଜଟଣୀ ମହାବିଦ୍ୟାଳୟର ୪୫ତମ ସାମ୍ବତ୍ସରିକ ଉତ୍ସବ




  ଜଟଣୀ--- ଜଟଣୀ ମହାବିଦ୍ୟାଳୟର ୪୫ତମ ସାମ୍ବତ୍ସରିକ ଉତ୍ସବ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଭୟ କୁମାର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ମହାନ୍ ସାରସ୍ୱତ ସାଧକ ତଥା ବିଶିଷ୍ଟ ବାଗ୍ମୀ ଡକ୍ଟର ରଜତ କୁମାର କର ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରୀ ସଦସ୍ୟ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଚର୍ଯ୍ୟା ତଥା ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସାଂସ୍କୃତିକ ପରିଷଦର ସାମ୍ବତ୍ସରିକ ଉତ୍ସବର ସଂଯୋଜିକା ପ୍ରାଧ୍ୟାପିକା ପ୍ରିୟଦର୍ଶିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥାସିଦ୍ଧଧାରାରେ ଦୀର୍ଘ ୨୫ବର୍ଷ ନିରବଚ୍ଛିନ୍ନଭାବେ କାର୍ଯ୍ୟ ସମ୍ପାଦନା କରିଥିବା ମହାବିଦ୍ୟାଳୟର କନିଷ୍ଠା କିରାଣୀ ଶ୍ରୀମତୀ ସଞ୍ଜୁକ୍ତା ଦାସ ଓ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍‌ବ୍ୟତୀତ ବିଭିନ୍ନ କ୍ଷେତ୍ରରେ  ତଥା ଅଧ୍ୟୟନରେ ପାରଦର୍ଶିତ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଉକ୍ତ ସଭାରେ ଡଃ. ରାଜିବ କର, ଅଜିତ ସୁନ୍ଦରାୟ, ଅନୁପ କୁମାର ମହାନ୍ତି, କଳ୍ପନା ସାହୁ, ଡଃ. ତପନ ମିଶ୍ର, ରଜନୀ କୁମାର ନାୟକ, ଡଃ. ବେଣୁଧର ଦାସ, ବାଳକୃଷ୍ଣ ଚୌଧୁରୀ, ପରମିତା ପ୍ରହରାଜ, କାର୍ତ୍ତିକ ଦାସ, ଅନିଲ ନନ୍ଦ, ପ୍ରତାପ ମହାପାତ୍ର ଓ କଲେଜର ସମସ୍ତ କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରା, ୧୧/୨/୨୦୨୧----୭,୫୦



ads

Blog Archive

Popular Posts