ads

Breaking News

ଦିବଙ୍ଗତ ବିଧାୟକ ମହାରଥିଙ୍କ ପାଇଁ ଡେଲାଙ୍ଗ ପଞ୍ଚାୟତ ସମିତିରେ ଶୋକ ସଭା


 ଡେଲାଙ୍ଗ ------ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳିର ଲୋକ ପ୍ରିୟ ବିଧାୟକ ତଥା  ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ପାଇଁ ଆଜି ଅପରାହ୍ନ ୩ଟା ସମୟରେ ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମଳନି କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କୁ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ବିଡିଓ କ୍ଷିରୋଦ୍ର ପ୍ରଧାନ ,ଏବିଡିଓ ପ୍ରଦିପ୍ତ କୁମାର ନାୟକ,ସହକାରୀଯନ୍ତ୍ରୀ ରାଜେଶ୍ୱର ମହାରଣା,ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ସିଡିପିଓ ହାରାମଣୀ ନାୟକ ଙ୍କ ସମେତ ସମସ୍ତ ବ୍ଲକ ଅଧିକାରୀ,ପଞ୍ଚାୟତିରାଜ ପ୍ରତିନିଧି ,ମହିଳା ମହାସଂଘ ସଦସ୍ୟା ଓ ସାମ୍ବାଦିକ ଯୋଗଦେଇ ଦିବଙ୍ଗତ ନେତାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଚାଇଁପୁର ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ପ୍ରସ୍ତାବ କ୍ରମେ ଆଗତ ଶୋକ ସଭା କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସ୍ୱର୍ଗତ ମହାରଥିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।ବ୍ଲକ ଅଧ୍ୟକ୍ଷ ଶ୍ରୀସାହୁ ସ୍ୱର୍ଗତ ମହାରଥିଙ୍କ ସ୍ମୁତିଚାରଣ କରିବା ସହ ସେ ଜଣେ ଉଚ୍ଚକୋଟିର ଅପ୍ରତିଦ୍ୱନ୍ଦି ନେତା ଥିଲେ ବୋଲି କହିଥିଲେ ।ତାଙ୍କର ୩୫ବର୍ଷ ରାଜନୀତିର ଶାସନ କାଳରେ ଦଳଗତ ନିର୍ବିଶେଷରେ ଡେଲାଙ୍ଗ ପିପିଲି ଅଞ୍ଚଳର ଲୋକମାନଙ୍କ ପାଇଁ ବହୁବିଧ ଜନହୀତକର କାର୍ଯ୍ୟ କରିବା ସହ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସେହିପରି ସ୍ୱର୍ଗତ ମହାରଥିଙ୍କ ସହ କାର୍ଯ୍ୟକରିବା ଏକ ନିଆରା ଅନୁଭୁତୀ ବୋଲି ବିଡିଓ ଶ୍ରୀ ପ୍ରଧାନ କହିବା ସହ ତାଙ୍କ ଭଳି ଜଣେ ସ୍ପଷ୍ଟବାଦୀ ,ମେଳାପି, ପରୋପକାରୀ ଓ ଲୋକପ୍ରିୟ ନେତା ମିଳିବା ଲଷ୍ଟକର ବୋଲି କହିଥିଲେ । ସ୍ୱର୍ଗତ ମହାରଥିଙ୍କ ଅବର୍ତମାନରେ ଡେଲାଙ୍ଗ ପିପିଲି ଅଞ୍ଚଳରେ ଅପୁରଣୀୟ କ୍ଷତୀ ହେଲା ବୋଲି ଉପସ୍ଥିତ ସରପଞ୍ଚ,ସମିତିସଭ୍ୟ ପ୍ରଶାସନିକ କର୍ମଚାରୀ ଓ ସାମ୍ବାଦିକ ମାନେ କହିଥିଲା ବେଳେ ତାଙ୍କ ଶୂନୂସ୍ଥାନ ସବୁଦୀନ ପାଇଁ ଅପୁରଣୀୟ ହୋଇ ରହିବ ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts