ads

Breaking News

ଜଟଣୀ ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପଦର୍ଶନ


ଜଟଣୀ-ରାଜ୍ୟରେ କୋରନା ମହାମାରୀ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ୍ ବିଲ୍ ୟୁନିଟ୍ ପିଛା ୨୦ ପଇସା ବଢେଇବା ପାଇଁ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ଆଜି ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ସ୍ଥାନୀୟ ହରିଭାଇନା ଛକ ଠାରେ ଖୋର୍ଦ୍ଧା ଜିଲ୍ଲା ଛାତ୍ରକଂଗ୍ରେସ ତରଫରୁ ଜଟଣୀ ବିଧାୟକ ସୁରେଶ୍ କୁମାର ରାଉତରାୟ ଙ୍କ ନେତୃତ୍ୱରେ ହାରିଭାଇନା ଛକଠାରେ ଟାୟାର ଜାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟ ଚିତ୍ର କୁ ଜାଳିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଜଟଣୀ ନଗର କଂଗ୍ରେସ କମିଟି ସଭାପତି ଅଶୋକ ମଙ୍ଗରାଜ, ଛାତ୍ର କଂଗ୍ରେସ ସଭାପତି ସୁବାଷ ମହାପାତ୍ର, ସୂର୍ଯ୍ୟ କାନ୍ତ ବଳିଆର ସିଂହ, ନୌଶର ଅଲି, ସୀତାକାନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ଏହି ବିକ୍ଷୋଭ ରେ ଜଟଣୀ ର ବହୁତ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ।
ଜଟଣୀରୁ -ରଙ୍ଗନାଥ ବେହେରା

ads

Blog Archive

Popular Posts