ads

Breaking News

ପାଣି ଗାତରେ ପଡି ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନବ୍ଲକ ଋଷୁଡା ଫାଣ୍ଡି ଅନ୍ତର୍ଗତ ଗର୍ଭଣା ବେତ୍ରାପଡା(ଟିକ୍ରା ପଡା)ର ଗଗନ ବେହେରାଙ୍କ ଦେଢ଼ ବର୍ଷର ପୁଅ ବବୁଲ ବେହେରା ମୃତ୍ୟୁ ବରଣ କରିଛି ।  ଆଜି ଦିନ ୧୧ଟାରେ ଖେଳୁଥିବା ସମୟ ରେ ଏକ ନଳକୂଅ ନିକଟରେ ଥିବା ୩ଫୁଟର ପାଣି ଭର୍ତ୍ତି ଗାତ (ଶୋକ୍ ପିଟ୍)ରେ ପଡ଼ି ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ଗଗନ ବେହେରାଙ୍କ ୩ ଝିଅ ଓ ୧ପୁଅ ଥିବାବେଳେ ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହେବାପରେ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି।ଏନେଇ ଋଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଭେଡେନ ଥାନା ଓ ତହସିଲକୁ ଖବର ଦେଇ ଥିଲେ।ଏନେଇ ସଙ୍ଗେସଙ୍ଗେ ଭେଡେନ ତହସିଲଦାର ଅନୀଲ କୁମାର ହୋତା ଓ ଅତିରିକ୍ତ ତହସିଲ ଦାର ନାରାୟଣ ଦଣ୍ଡସନାଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଶିଶୁପୁତ୍ରର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଭାଙ୍ଗିପଡିଥିବା ପରିବାରକୁ କେମିତିଭାବେ ସରକାରୀ ସହାୟତା ମିଳିପାରିବ ଯୁଥ ଏସୋ ସିଏସନ୍ ର ସଭାପତି ତଥା ଯୁବ ସମାଜ ସେବୀ ଯଶୋବନ୍ତ ରଣବିଡା ଓ ସ୍ଥାନୀୟ ଜନସାଧାରଣ ତଦନ୍ତ କାରୀ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

ads

Blog Archive