ads

Breaking News

ସାକ୍ଷୀଗୋପାଳରେ ଲଘୁଚାପ ଜନିତ ବର୍ଷା , ଗରମରୁ ରକ୍ଷା ମିଳିଲା

ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ବୁଧବାର ରାତିରୁ ଲଘୁଚାପ ଜନିତ ବର୍ଷା ଲାଗରହିଛି । ସାମାନ୍ୟ ପବନ ସାଙ୍ଗକୁ ତୁହାକୁ ତୁହା ବିଜୁଳି ଘଡିଘଡି ସହ ବର୍ଷା ଲାଗି ରହିଛି । ଯାହା ଫଳରେକି ସାକ୍ଷୀଗୋପାଳ ବଜାର, ବସଷ୍ଟାଣ୍ଡ ନିକଟରେ ବର୍ଷା ପାଣି ନିଷ୍ମାସନ ନ ହୋଇ ପାରିବାରୁ ପାଣି ଲହଡି ମାରୁଛି । ଅନ୍ୟ ପକ୍ଷେ ଲୋକମାନେ ଅସ୍ୟହ ଗରମରୁ ରକ୍ଷା ମିଳିଛି ବୋଲି କହନ୍ତି । ଚାଷୀ ମାନେ ଧାନ ବୁଣା ବୁଣି ଆରମ୍ଭ କରି ଦେଇଛନ୍ତି । ବିଶେଷ କରି ଫନି ବାତ୍ୟାରେ ଭାଙ୍ଗି ରୁଜି ଯାଇଥିବା ଗୁହାଳ ଗୁଡିକରେ ଏବେ ବି ପଲିଥିନି ତଳେ ପଡି ରହିଛନ୍ତି ଗୃହ ପାଳିତ ଗାଇ ଗୋରୁ, ଛେଳି ମେଣ୍ଢା ମାନେ । ସରକାରଙ୍କ ପକ୍ଷରୁ ସତ୍ୟବାଦୀ ବ୍ଳକରେ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇ ପାରିନଥିବା ଜଣାପଡିଛି । ଏହି ଲଘୁଚାପ ଜନିତ ବର୍ଷା ଯୋଗୁ ଗାଇ, ଛେଳି ମେଣ୍ଢା ବିଶେଷ ଭାବେ ହଇରାଣ ହେଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts