ମଣିଜିପୁର ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ବେରବୋଇ ବଜାର ଓ ମଣିଜିପୁର ଗ୍ରାମ ବିଶୋଧନ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ବିଶେଷ କରି ବେରବୋଇ ଗ୍ରାମ ପଞ୍ଚାୟତର ମଣିଜିପୁର ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ପାଇଁ ବୁଧବାର ଠାରୁ ବ୍ଳକ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଜିଲ୍ଲାପାଳଙ୍କ ପତ୍ରସଂଖ୍ୟ ନଂ ୪୨୧୨ରେ ବୋଳକଣା ଛକ ଠାରୁ ବେରବୋଇ ଗ୍ରାମ ରାସ୍ତା ଦେଇ ଭାୟା ମଣିଜିପୁର ଓ ଚାରିବାଟିଆ ସାହି ରାସ୍ତା ସିଲ କରାଯାଇଛି । ଆଜି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାୟକ ଓ ସ୍ଥାନୀୟ ସରପଞ୍ଚ ଜ୍ୟୋତିମର୍ୟୀ ସ୍ୱାଇଁ ଙ୍କ ଉପସ୍ଥିତିରେ ମଣିଜିପୁର ଗ୍ରାମର ପ୍ରବେଶ ପଥ ସିଲ କରାଯାଇଛି । କେହି ଗ୍ରାମରୁ ବାହାରକୁ ଆସିବେ ନାହିଁ ବା କୌଣସି ଲୋକ ଉକ୍ତ ଗ୍ରାମକୁଯାଇ ପାରିବେ ନାହିଁ । ଏହା ସହିତ ବ୍ଳକ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ମଣିଜିପୁର ଗ୍ରାମ ଓ ବେରବୋଇ ବଜାର ବିଶୋଧନ କରାଯାଇଛି । ବିଶୋଧନରେ ଡେଲାଙ୍ଗ ଅଗ୍ନିଶମ ଅଧିକାରୀ ଜୟରାମ ସାହୁ, ଫାୟାରମ୍ୟାନ ଓମ ପ୍ରକାଶ ସାହୁ, କିଶୋର ରଣା, ପ୍ରଭାକର ଦାସ ବିଶୋଧନ କାର୍ଯ୍ୟରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



