ବ୍ରଜପାତରେ ଜଣେ ଶିଶୁ ସହ ଦୁଇ ମହିଳା ଆହତ
ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଗଡମୋଟରୀ ଗ୍ରାମ ପଞ୍ଚାୟତର କୁମୁଡାଳ ଗ୍ରାମରେ ଅପରାହ୍ନ ୨ଟା ସମୟରେ ବ୍ରଜପାତ ହେବାରୁ ଦୁଇଜଣ ମହିଳାଙ୍କ ସହ ଜଣେ ଶିଶୁ ଆହତ ହୋଇଥିବାର ଜଣାପଡିଛି । ସୁଚନାଯୋଗ୍ୟ ଯେ ଦୀନବଂଧୁ ବରାଳଙ୍କ ସ୍ତ୍ରୀ ଲକ୍ଷ୍ମୀ ବରାଳ (୩୫) ଘରେ ଫୋନରେ କଥା ବାର୍ତ୍ତା ହେଉଥିଲେ । ଏହିସମୟରେ ବ୍ରଜପାତ ହେବାରୁ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବଲାନ୍ସ ଯୋଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଆସିଛନ୍ତି । ସେହିପରି ସେହି ଗ୍ରାମର ଦୁଷନ୍ତ ଦାସଙ୍କ ସ୍ତ୍ରୀ ପ୍ରତିମା ଦାସ (୩୦) ଓ ସୁଶାନ୍ତ ଦାସଙ୍କ ପୁଅ କୁଶ ଦାସ(୭) ଦାଣ୍ଡ ପିଣ୍ଡାରେ ଠିଆ ହୋଇଥିବା ବେଳେ ସେହି ବ୍ରଜପାତରେ ପ୍ରତିମା ଚେତାଶୁନ୍ୟ ହୋଇ ତଳେ ପଡିଯିବା ସହିତ ପାଖରେ ଥିବା ଛୋଟ ଶିଶୁ କୁଶ ଗାଲ ଓ ପାଟିରୁ ରକ୍ତ ବୋହିବା ସହ ସେ ଅଚେତ ହୋଇଯାଇଥିଲା । ଏବଂ ଛାତ ଘର ଫାଟି ଯାଇଛି । ଏମାନଙ୍କୁ ପରିବାର ଲୋକମାନେ ମଟର ସାଇକେଲ ଯୋଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଦୁଇ ଜଣଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ପଠାଯାଇଥିଲା । ସେଠାରେ ପ୍ରତିମା ସୁସ୍ଥହେବା ପରେ ଘରକୁ ଆସିଛନ୍ତି । ମାତ୍ର ଶିଶୁଟିର ଚିକିତ୍ସା ଚାଲିଥିବା ଜଣାପଡଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


