ରାସ୍ତା ସୁରକ୍ଷା ମଞ୍ଚ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମର୍ଦ୍ଧନା
ଜଗତସିଂହପୁର--- ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମିତଙ୍କୁ ସେବାରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ, ସାମାଜିକ କର୍ମୀ, ଗଣ ମାଧ୍ୟମ ପ୍ରତିନିଧି, ବ୍ୟାଙ୍କ କର୍ମମର୍ତ୍ତା ଓ ପ୍ରଶାସନିକ ଅଧିକାରୀଙ୍କୁ ରାସ୍ତା ସୁରକ୍ଷା ସମିତି ଓଡିଶା ପକ୍ଷରୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି । ପାଟପୁର ପଞ୍ଚାୟତରେ ଥିବା ଉଜ୍ଜୀବନି ସ୍ଲଲ ଫାଇନାନସ ବ୍ୟାଙ୍କ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଅରୁଣ କୁମାର ପାଣି, ବ୍ୟାଙ୍କର ମନମଥ କୁମାର ସାହୁ,କ୍ୟାସିୟର, ବିଭୁଦତ୍ତ ବିଶ୍ୱାଳ ଶାଖା ପରିଚାଳକ, ମଧୁସ୍ମିତା ସାମନ୍ତରାୟ ବ୍ୟାଙ୍କର କଷ୍ଟମର କେୟାରର ରିପ୍ରେଜିଣ୍ଟିଙ୍ଗିଙ୍କୁ କରୋନା ଯୋଦ୍ଧା ଭାବେ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରାଯାଇଛି । ଅନୁଷ୍ଠିତ ସମ୍ମର୍ଦ୍ଧିତ ଉତ୍ସବରେ ରାଜ୍ୟ ମହିଳା ଉପଭୋକ୍ତା କଲ୍ୟାଣୀ ମହାସଂଘ ତଥା ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ, ସେକ୍ରେଟେରୀ ଶାରଦା ପ୍ରସାଦ ଷଢଙ୍ଗୀ ଙ୍କ ସହିତ ଅନୁଷ୍ଠାନର ବିଭିନ୍ନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର






