ads

Breaking News

ଯୁବକଙ୍କ ଉନ୍ମତ କାଣ୍ଡ :ପେଟ୍ରୋଲ ବମ ଫିଙ୍ଗି ଜାଳିଦେଲେ ହାଇୱା


 ଆଳି-----ଶନିବାର ଭୋର ପ୍ରାୟ ୫ ଟା ସମୟରେ ଆଳି ଦେମାଳ ଅଞ୍ଚଳର ଜଣେ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ।  ଯୁବକ ଜଣକ ପେଟ୍ରୋଲ ବମ ଫିଙ୍ଗି ଚିପ୍ସ ବୋଝେଇ ହାଇୱା କୁ ଜାଳି ଦେଇଥିବା ବେଳେ ଆଉ ଏକ ଆଇରନ ବୋଝେଇ  ବାର ଚକିଆ ଟ୍ରକ କୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ  ପୋଲିସ ପହଞ୍ଚି ଯୁବକକୁ କାବୁ କରି ନେଇଥିଲା । ଏହି ସମୟ ମଧ୍ୟରେ ବାଲେଶ୍ୱର ରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡି କୁ ମଧ୍ୟ ପେଟ୍ରୋଲ ବମ ଫିଙ୍ଗି ଥିବା ଜଣା ପଡିଛି ।  ସୂଚନା ଅନୁଯାୟୀ ଶନିବାର ସକାଳେ  ଚଣ୍ଡିଖୋଲ ରୁ ରାଜକନିକା ଆସୁଥିବା ଚିପ୍ସ   ବୋଝେଇ ଗାଡିକୁ ଯୁବକ ଜଣକ ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଫିଲ୍ମ ଷ୍ଟାଇଲ ରେ ଗାଡି ଉପରକୁ ଜରି ଭର୍ତ୍ତି ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲା । ଡ୍ରାଇଭର ସଙ୍ଗେ ସଙ୍ଗେ ଥାନାକୁ ଦୌଡ଼ିଯାଇ ଘଟଣା ବିଷୟରେ  ଜଣାଇଥିଲେ । ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  ମଧ୍ୟ ଗାଡିଟି ସମ୍ପୂର୍ଣ ଜଳି ଯାଇଛି । ସେହିପରି ବଡ଼ବିଲ ରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ କୁ ବାଳକାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରୁଥିବା ସମୟରେ ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ସଙ୍ଗେସଙ୍ଗେ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଏହି ଘଟଣା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । 
ଆଳିରୁ ବନମାଳୀ ସେନାପତି

ads

Blog Archive