କରୋନା ନାଁ ରେ ବଡ଼ ଘୋଟାଲା ;ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବରଗଡ଼ କଂଗ୍ରେସ
ବରଗଡ଼---ଓଡ଼ିଶାର ଅନେକ ସଂସ୍ଥା ଅଧିକାରୀ ଓ ମନ୍ତ୍ରୀ ଦୁର୍ନୀତିରେ ବୁଡି ରହିଥିବା ବେଳେ ଏବେ ପୁଣି କରୋନା ନାଁ ରେ ବଡ଼ ଘୋଟାଲା ସାମ୍ନାକୁ ଆସିଛି।ମହାମାରୀର ମୁକାବିଲା ପାଇଁ ବ୍ୟବହୃତ ଜିନିଷ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରମାଣ ମିଲିଛି।ଏହି ଦୁର୍ନୀତିରେ ସଂପୃକ୍ତ ମନ୍ତ୍ରୀ ତଥା ଅଧିକାରୀ ଟଙ୍କା ଆତ୍ମସାତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଓ ନିୟମ ଗୁଡିକୁ ମଧ୍ୟ ଅବଜ୍ଞା କରିଛନ୍ତି।ନିୟମ ମୁତାବକ ଏମ୍ ଏସ ଏମ୍ ଇ ଅଧିନସ୍ଥ କମ୍ପାନୀ ମାନଙ୍କ ଠାରୁ ଶତକଡ଼ା ୨୦ଭାଗ ସାମଗ୍ରୀ କିଣାଯିବା କଥା।କିନ୍ତୁ ତାହା ପାଳନ କରାଯାଇ ନାହିଁ।ମାସ୍କ,ସାନିଟାଇଜର ଓ କିଟ ଆଦିକୁ ଚଢ଼ା ଦରରେ କିଣାଯାଇଛି । ନିଜର ପସନ୍ଦ ମୁତାବକ ଓଡିଶା ବାହାରର କମ୍ପାନୀ ମାନଙ୍କ ଠାରୁ ଏହି ସାମଗ୍ରୀ ଗୁଡିକ ଚଢା ଦରରେ କିଣା ଯାଇଛି।ଏହା କେତେଦୁର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ନେତା ମାନେ ପ୍ରଶ୍ନ ଉଠାଇଛନ୍ତି ? । ପୁଣି ଏହି କିଟ ଗୁଡିକ ନିମ୍ନ ମାନର ବୋଲି ଜଣାପଡିଛି ।ନିମ୍ନ ମାନର କିଟ ନିଜେ ସରକାର କରୋନାଯୋଦ୍ଧା ମାନଙ୍କୁ ଯୋଗାଇ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।ଏହି ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ଓ ଏଥିରେ ସାମିଲ ଥିବା ବ୍ୟକ୍ତି ମାନଙ୍କୁ ଦଣ୍ଡିତ କରିବା ପାଇଁ ଆଜି ବରଗଡ଼ ଜିଲ୍ଲା କଂଗ୍ରେସ ଦଳ ତରଫରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ନବୀନ ଦାଶଙ୍କ ରିପୋର୍ଟ



