ପୁଲିସ ଉପନିରୀକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
ବେଗୁନିଆ---- ବେଗୁନିଆ ଥାନାରେ କାର୍ଯ୍ୟରତ ଆରକ୍ଷୀ ଉପନିରୀକ୍ଷକ ବିଜୟ କୁମାର ମଲିକଙ୍କ ବଦଳି ବାତିଲ ପ୍ରତିବାଦରେ ଶତାଧିକ ମହିଳା ପୁରଷ ଧାରଣା ଦେଇଥିଲେ । ଶୁକ୍ରବାର ପୂର୍ବାହ୍ନରେ ମୌସୁମୀ ବର୍ଷା ସତ୍ୱେ ମହିଳା ଗୋଷ୍ଠୀ,ସଚେତନ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଥାନା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏଥିସହ ଉପ ନିରୀକ୍ଷକଙ୍କ ବଦଳି ବାତିଲ କରିବା ସହ ପୁନର୍ବାର ବେଗୁନିଆ ଥାନାରେ କାର୍ଯ୍ୟ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ପଠା ଯାଇଥିଲା । ବେଗୁନିଆ ଥାନାରେ ଆରକ୍ଷୀ ଉପନିରୀକ୍ଷକ ଭାବରେ ଦୀର୍ଘ ୧ ବର୍ଷ ଧରି କାର୍ଯ୍ୟରତ ଶ୍ରୀ ମଲ୍ଲିକ ଜଣେ କର୍ତବ୍ୟନିଷ୍ଠ,ଦକ୍ଷ , ଦାୟିତ୍ୱବାନ ପୁଲିସ ଅଧିକାରୀ ଭାବରେ ସ୍ଥାନୀୟ ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ଆସୁଛନ୍ତି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ଦେବା ,ଶିଶୁ ଓ ମହିଳା ମାନଙ୍କୁ ସୁରକ୍ଷା ଦିଗରେ ଯଥେଷ୍ଟ ଯତ୍ନବାନ ହୋଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାଭାଜନ ହୋଇପାରିଛନ୍ତି । ଆଗାମୀ ଦିନରେ ଶ୍ରୀ ମଲିକଙ୍କ ବଦଳି ବାତିଲ କରା ନ ଗଲେ ରାସ୍ତାରୋକ ଭଳି ପନ୍ଥା ଅବଲମ୍ବନ କରାଯିବ ବୋଲି ସ୍ଥାନୀୟ ଜନସାଧାରଣ ମାନେ ଚେତାବନି ଦେଇଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


