ads

Breaking News

କାଲି ହେଉଛି ସଟ ଡାଉନର ଦ୍ୱତୀୟ ସପ୍ତାହ , ସତ୍ୟବାଦୀରେ କିପରି ପାଳନ ହେବ

ସାକ୍ଷୀଗେ।।ପଳ --- ରାଜ୍ୟରେ କରୋନା ଯୋଗୁ ରାଜ୍ୟ ସରକାର ଲକ ଡାଉନ ଜାରି କରିଥିଲେ । ଲକ ଡାଉନ ସମୟ ସୀମା ଶେଷ ହେବା ପରେ କେବଳ ରାତି ୯ ପରଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଲକ ଡାଉନ ଜାରି କରିଛନ୍ତି । ଏବେ ଜୁନ ମାସରେ ପ୍ରତି ଶନିବାର ଓ ରବିବାର ଦୁଇ ଦିନ ପୁରାପୁରି ସଟ ଡାଉନ ଜାରି କରାଯାଇଛି । ସେହିପରି ରାଜ୍ୟ ସରକାର କୋଭିଡ-୧୯ ଆଇନ ଅନୁସାରେ ମୁହଁରେ ମାସ୍କ ବାନ୍ଦିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏବେ ସତ୍ୟବାଦୀରେ କେହି କିଛି ମାନୁ ନାହାନ୍ତି । ସେହିପରି ପ୍ରଥମ ସଟ ଡାଉନ ସପ୍ତାହରେ ସତ୍ୟବାଦୀରେ ସକାଳୁ ସାକଳୁ ପାନ ଓ ଚା ଦେକାନ ସହିତ ମାଛ ମାସଁ ଦେକାନ ଗୁଡଇକରେ ଭିଡ ପରିଲକ୍ଷିତ ହୋଇଥିଲା । ଦ୍ୱତୀୟ ସପ୍ତାହରେ ରଜ ପର୍ବ ପଡୁଥିବାରୁ ସାକ୍ଷୀଗୋପାଳରେ ସଟ ଡାଉନ ଆଇନକୁ ଜନସାଧାରଣ ଓ ବ୍ୟବସାୟୀ ମାନେ ମାନିବେକି ନାହିଁ ତାହା ସନ୍ଦେହ ଘେରରେ ରହିଛି । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ରାଜ୍ୟ ସରକାର ଲାଗୁ କରିଥିବା ସଟ ଡାଉନକୁ ସଠିକ ପାଳନ କରିବା ପାଇଁ ସତ୍ୟବାଦୀର ବିଭିନ୍ନ ସଂଗଠନ ଓ ବୁଦ୍ଧିଜିବୀ ମାନେ ଜିଲ୍ଲାପାଳ ନଜର ଦେବାକୁ ଦାବୀ ହେଉଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive