ଗୋଠବଣ ରେ ଫୁଟିଲା ବ୍ରହ୍ମକମଳ
ଓଡ଼ଗାଁ/କୁରାଳ- ଓଡ଼ଗାଁ ବ୍ଳକ୍ ଗୌଡ଼ପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ର ଙ୍କ ବାଡ଼ିରେ ୪୦ଟି ବ୍ରହ୍ମକମଳ ଫୁଲ ଫୁଟିଛି।ସେ ମହାଶୟ ଆସନ୍ତାକାଲି ସକାଳୁ ଓଡ଼ଗାଁ ର ପ୍ରଭୂ ଶ୍ରୀଶ୍ରୀ ରଘୁନାଥ, ରାଧାକାନ୍ତ ମଠ ମନ୍ଦିର ଏବଂ ଗୋଠବଣ ଗ୍ରାମର ଆରାଧ୍ୟ ଦେବତା ବାବା ନୀଳକଣ୍ଠେଶ୍ଵର ଙ୍କ ପଦାରବିନ୍ଦ ରେ ଅର୍ପଣ କରିବେ।ଜଗତର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଏ ପୁଷ୍ପ କୁ ଲାଗି କରିବାକୁ ଇଚ୍ଛା ଥିଲେ ମଧ୍ୟ ସର୍ଟଡାଉନ ଯୋଗୁଁ ପୁରୀ ନଯାଇ ପାରିବାରୁ ଏଠାରେ ଥାଇ ଦୁଃଖ ରସହିତ ବ୍ରହ୍ମକମଳ ଫୁଲ ଜଗନ୍ନାଥ ଙ୍କୁ ଅର୍ପଣ କରିଛନ୍ତି। ପ୍ରତି ବର୍ଷ ସେ ଫୁଲ ନେଇ ପୁରୀ ଜଗନ୍ନାଥଙ୍କୁ ଅର୍ପଣ କରିଆସୁଥିଲେ ବୋଲି ତାଙ୍କ ପରିବାର ଲୋକେ କହନ୍ତି । ଅନୁରୂପଭାବେ କୁରାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋଲକ ଚନ୍ଦ୍ର ସାହୁଙ୍କ ଛାତ ଉପରେ ୩ ଗୋଟି ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି ।ସେଥି ମଧ୍ୟରୁ ଗୋଟିଏ ଫୁଲ ଶ୍ରୀଶ୍ରୀ ରଘୁନାଥଙ୍କୁ ଅର୍ପଣ କରିଥିବା ବେଳେ ଆଉ ଦୁଇଟି ଆସନ୍ତାକାଲି କୁରାଳଠାରେ ବିଜେ ଦଧିବାମନ ଜୀଉଙ୍କ ଠାରେ ଅର୍ପଣ କରାଯିବ ।ଉକ୍ତ ବିରଳ ଫୁଲକୁ ଦେଖିବାକୁ କୁରାଳ ଗ୍ରାମରେ ଜନସମାଗମ ଦେଖିବାକୁ ମିଳିଛି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ



