ଭିଜିଲାନସ ଜାଲରେ ଧଳାପଥର ଫାଣ୍ଡି ଅଧିକାରୀ
ବେଗୁନିଆ---- ବେଗୁନିଆ ଥାନା ଅଧିନରେ ଥିବା ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ଏକ ଜମିଜମା କେସର ଦଫାରଫା କରିବା ପାଇଁ ଆଜି ଅପରାହ୍ନରେ ଜନୈକ ବ୍ୟକ୍ତିଙ୍କ ଠାରୁ ଫାଣ୍ଡି ରେ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନସ କର୍ମଚାରୀ ମାନଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି । ସଂପୃକ୍ତ ଫାଣ୍ଡି ଅଧିନରେ କୋଦୁଅବେରେଣୀ ବାଇପାସ ନିକଟରେ ଥିବା ଏକ ଜମିକୁ ନେଇ ଆଶିଷ କୁମାର ପଣ୍ଡା ଏବଂ ଭୋଳାନାଥ ବେହେରାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏ ସମ୍ପର୍କରେ ଫାଣ୍ଡିରେ କେସରୁଜ ହୋଇଥିଲା । ଆଶିଷ କୁମାର ପଣ୍ଡାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା କେସକୁ କୋହଳ କରିବା ପାଇଁ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡାଙ୍କ ଦାବୀ ମୁତାବକ ଅପରାହ୍ନରେ ପୂର୍ବ ଯୋଜନା ମୁତାବକ ଆଶିଷ ୨୦ ହଜାର ଟଙ୍କା ଲାଞ୍ଚଦେଉଥିବା ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱରର ସ୍କ୍ୱାର୍ଡ ପହଞ୍ଚି ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


